ମଧୁଶାଳା
ମଧୁଶାଳା
ମଧୁଶାଳାର ସେ
ଭଙ୍ଗିଳ ପ୍ରସ୍ତର
କହୁଛି କେତେ କାହାଣୀ
ନୀରବ ପ୍ରେମର
ମୁକ ସାକ୍ଷୀ ସିଏ
ଲୁହରେ ଭିଜି ଛି ପୁଣି ।
କେଉଁ କାରିଗର
କିପରି ଗଢିଛି
ସପନ ରାଜ ମହଲ
କେଉଁ ଚିତ୍ରକର
ଫେରିଛି ନିରାଶେ
ନପାଇ ପୀରତି ମୁଲ ।
ଦରଦୀ ମନର
ବେଦନା ପଢିଛି
ପ୍ରତିଟି ଅକ୍ଷର ଛୁଇଁ
ସୁଖ ବେଳେ ସୁଖ
ବାଣ୍ଟିଛି ସାଦରେ
ବାଛି ନାହିଁ ମରୁଭୂଇଁ ।
ଇନ୍ଦ୍ରଧନୁ ସାଜି
ବରଷି ଦେଇଛି
ପ୍ରୀତିର ରଙ୍ଗ ପସରା
ଦିବାନିଶି ଢାଳେ
ଅମୀୟ ମୂର୍ଚ୍ଚନା
ସ୍ମୃତି ସେତ ଅପାଶୋରା ।
