ହାରିଯାଏ ବାରମ୍ବାର
ହାରିଯାଏ ବାରମ୍ବାର
ଶୁଖିଲା ପତର ଜୀବନ ଟି ମୋର
ପ୍ରତିକ୍ଷଣେ ଝଡି ଯିବାର ଡର,
କେମିତି କହିବି ଜିତି ଯାଇଛି ମୁଁ
ଜୀବନ ଯୁଦ୍ଧ ରେ
ନିଜଠାରୁ ନିଜେ
ହାରିଯାଏ ବାରମ୍ବାର ।
ମନ ଉଡାପକ୍ଷୀ ଉଡ଼ିଯାଏ
ଯେଉଁ ଠି ଦେଖେ ସୁନ୍ଦର ହୃଦୟ
ଅତି ସରାଗରେ ବସିଯାଏ,
କିଛି ସ୍ମୃତି କିଛି ଅନୁଭୁତି ନେଇ
ନିଜ ନୀଡ କୁ ଫେରିଯାଏ ।
ଜୀବନ ନଉକା ମଝି ଦରିଆରେ
ଭାସି ବୁଲୁଥାଏ ଧୀରେ ଧୀରେ,
ଚକାଭାଉଁରୀ ର ଚକ୍ରବ୍ୟୁହରେ
କେତେବେଳେ ଯେ ନଉକା ଟି
ଡୁବିଯାଉଥାଏ, ପୁଣି ଉଠୁଥାଏ
ସମୟ ର ହାତ ପାହାନ୍ତାରେ ।
ଭାରି ସ୍ୱାଭିମାନ, ଭାରି ଅଭିମାନୀ
ମନୋଇ, ଅଳସି
ଇଛା ହେଲେ ହସଇ, ଇଛା ହେଲେ କାନ୍ଦଇ
ମୋ ଦୁଇ ନିରୀହ ଆଖି ।
ଚିମୁଟେ ଖୁସି କୁ ଆପଣେଇ
କେବେ କଥା ଅସରନ୍ତି ହଉଛି,
କେବେ ଚୁପ ରହୁଛି
କେବେକେବେ ସ୍ବପ୍ନ ର
ସାଗରେ ଭାଶୁଛି ।
ହୃଦୟର ଯାତନା
ମନ ର ଭାବନା ସବୁ
ମନେ ସାଇତି,
ନିତି ଜିଉଁଛି, ପୁଣି ମରୁଛି
ନୂତନ ସୁରୁଜର ପହିଲି କିରଣେ ।
ଅଲିଅଳି ନୀରୀମାଖି
ଦୁଇଟି ଆଖିର ପଲକ ଝାପି
ହୃଦୟ ର କୋହ
ଲୁଚାଇ ରଖି,
ସପନ ର ବାଲିଘରେ
ରଙ୍ଗ ନାଲି ମାଖି ।
