STORYMIRROR

Barsha Swain

Romance Tragedy

4  

Barsha Swain

Romance Tragedy

ମୋ ଭାବନା ତାକୁ ଅଜଣା ??

ମୋ ଭାବନା ତାକୁ ଅଜଣା ??

1 min
297

 ସିଏ ଅସ୍ତଗାମୀ ସୂରୁଜ ର ସୁନେଲି ଆଭା

କେବେ ରୁପେଲି ଜହ୍ନ ର ଆଖି ଝଲସା ଶୋଭା ।


ସିଏ ମହୋଦଧି ର ମଧୁର ଗୁଞ୍ଜନ 

ପୁଣି, ଧାରା ଶ୍ରାବଣର ଶେଷ ଗର୍ଜନ।


ସିଏ ଶାନ୍ତ ,କ୍ଲାନ୍ତ ବିଜନ ବେଳାଭୂଇଁ

ତ କେବେ ପଥହୁଡା ଅମାନିଆ ନଈ ।


ସିଏ ତମସାଚ୍ଛନ୍ନ ନିର୍ମଳ ଆକାଶ 

ମୋ ଅନୁଭବ ର ଚରମ ପ୍ରକାଶ ।


ସିଏ ମୋ କବିତା ର ଅସଜଡା ପଂକ୍ତି 

ଡାଏରୀ ମୋର ତା ସ୍ମୃତିରେ ଭର୍ତ୍ତି ।


ସିଏ ଶେଷ ସୀମାନ୍ତ ର ଠିକଣା

ମୋ ଭାବନା ତାକୁ ଅଜଣା ?? .....


ସିଏ ମଧୁମୟ ସ୍ରଷ୍ଟା ର ସୃଷ୍ଟି 

ପୁଣି ଅଦିନିଆ ଅମାନିଆ ବୃଷ୍ଟି। 


ସେ ଉଷ୍ମ ଉତ୍ତପ୍ତ ଆଗ୍ନେୟଗିରି

ପୁଣି ଶୀତଳ ବରଷା ପରି ପଡଇ ଝରି। 


ସେ ନାମବିହୀନ ଅଧୁରା କାହାଣୀ

ପାଗଳ କରେ ତା ତେରେଛା ଚାହାଣୀ। 


ସିଏ ପୂର୍ଣ୍ଣମୀର ପୂର୍ଣ୍ଣାଙ୍ଗ ଇନ୍ଦୁ 

ପୁଣି ନୀଳ ଦରିଆର ଜଳ ବିନ୍ଦୁ। 


ସେ ଅସୁମାରୀ ସ୍ୱପ୍ନର ଗନ୍ତାଘର

ଭାବନା ଖେଳେ ମନେ ନିରନ୍ତର ।


ସିଏ ଧରା ର ତଟ ନିରଞ୍ଜନା 

ମୋ ଭାବନା ତାକୁ ଅଜଣା ??.. 


ସେ ସିନ୍ଦୂର ଫଟା ଆକାଶ ବକ୍ଷରେ 

ପ୍ରତିଭାତ ଅସୁମାରୀ ପ୍ରଶ୍ନମାଳା ।


ସେ ସଜ୍ଞା ବିହୀନ କ୍ଲିଷ୍ଟ ଶବ୍ଦଟିଏ 

ତାକୁ ବୁଝିବାକୁ ଡିକ୍ସିନାରୀ ଟିଏ ଲୋଡା। 


ସେ ମୋ ଡାଏରୀ ପୃଷ୍ଠାର ଅଣଲେଉଟା ଫର୍ଦ୍ଦଟେ

ତ କେବେ ତୁହା ତୁହା ଲଘୁଚାପ ବର୍ଷା 

ମୁଁ ପ୍ରତିମୁହୂର୍ତ୍ତରେ ପରିତ୍ଯକ୍ତା.....

ମୋ ଭାବନା ତାକୁ ଅଜଣା ??....


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance