STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଟଙ୍କା

ଟଙ୍କା

1 min
246


ଟଙ୍କା ଟଙ୍କା ରାବ୍ କଳିଯୁଗେ ଯହିଁ

ଟଙ୍କା ଅଟେ ମୂଲ୍ୟବାନ,

ଟଙ୍କା ନ ଥିଲେ ଟି ମନୁଷ୍ୟ ପାଗଳ

କାହିଁରେ ତାର ସମ୍ମାନ।


ଥାଉ ବିଦ୍ୟାବାନ ନାହିଁ ମୂଲ୍ୟ କିଛି

ଯଦି ନାହିଁ ଟଙ୍କା ହସ୍ତେ,

ତାହାର ସମାଜେ ନହୁଏ ଆଦର

ଥିଲେ ଜ୍ଞାନ ବୁଦ୍ଧି ହସ୍ତେ।


କୁକର୍ମ ରେ ଲିପ୍ତ ଭ୍ରଷ୍ଟାଚାରୀ ହୋଇ

ଟଙ୍କା ଅର୍ଜୁ ଅଛି ଯେହୁ,

ଆଦର ତାହାର ଦେବତା ପରି

ତାଣ୍ଡବ କଳି ର ଏହୁ।


ଯହିଁ ମୂଲ୍ୟବାନ ତାହରି କଥାର

ହୁଏ ପ୍ରତିଷ୍ଠିତ ବ୍ୟକ୍ତି 

କୁହେ ସେହୁ ଯାହା ଦିଅନ୍ତି ମାନ୍ୟତା

କଳିଯୁଗ ର ଟି ଯୁକ୍ତି।  


ଟଙ୍କା ଅର୍ଜୁ ଅଛି ସାଜିଛି କୁବେର

କର୍ମ କରୁଅଛି ହୀନ,

ଗାଡ଼ି ଓ ମଟର ରହିଛି ତା ପାଖେ

କରନ୍ତି ତାର ସମ୍ମାନ।


ସାଜିଛି ସେ ନେତା ନାହିଁ ଜ୍ଞାନ ବୁଦ୍ଧି

ଟଙ୍କାରେ କିଣୁଛି ସବୁ,

ସେବାଭାବ ନାହିଁ ଜନତା କଲ୍ୟାଣେ

କରିବକି ଭଲ ବାବୁ।


ହେଲା ଡିଜିଟାଲ୍ ତଥାପି ତାଣ୍ଡବ

ଗୁଞ୍ଜୁ ଅଛି ଟଙ୍କା ଟଙ୍କା,

କିପରି ଯୁଗ ଏ ହୁଏ ଜୀବହତ୍ୟା

ଖାଲି ଦରକାର ଟଙ୍କା।


ଜ୍ଞାନୀ ଯେହୁ ବ୍ୟକ୍ତି ଜ୍ଞାନରେ ଭୂଷିତ

ଟଙ୍କାରେ ପାଗଳ ନୁହେଁ,

ଯେହୁ ଆଜି ଅଛି ନଥିବ ରେ କାଲି

ଟଙ୍କାର ପଛରେ ନୁହେଁ।


କରି ପରିଶ୍ରମ ଗୃହକୁ ପାଳୁଛି

ଜଗନ୍ନାଥେ ଧ୍ୟାନ ତାର,

କରେ ଜନସେବା ଜୀବନର ମନ୍ତ୍ର

ରାଷ୍ଟ୍ର ସେବା ସର୍ବୋପର।


ସତ୍ୟ ତ୍ୟାଗ ପଥ ରଖେ ଟି ଜୀବନେ

ପ୍ରଭୁ ଭକ୍ତି ନିରନ୍ତର,

ସ୍ବାର୍ଥ ନାହିଁ ତାର କର୍ମକ୍ଷେତ୍ରେ ଯହିଁ

ମନ୍ତ୍ର ସମଭାବ ତାର।


ଦିଏ ଶିକ୍ଷା ସେହୁ କର୍ତ୍ତବ୍ୟର ମନ୍ତ୍ର,

ଆତ୍ମନିର୍ଭର ଟି ପାଇଁ,

ବିଶ୍ବାସ ଆଣେ ଟି ଜନ ସମୁଦାୟେ

ଆତ୍ମବିଶ୍ବାସ ର ପାଇଁ।


ଟଙ୍କାର ମୂଲ୍ୟକୁ ରଖେନି ଜୀବନେ 

ବିରଳ ଜୀବନ ତାର,

ରାଷ୍ଟ୍ର ସେବା ତାର ଜୀବନର ମନ୍ତ୍ର

କରିଛି କର୍ମପଥ ର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract