STORYMIRROR

Debabrata Mishra

Abstract Tragedy Classics

4  

Debabrata Mishra

Abstract Tragedy Classics

ମା' ମୋର

ମା' ମୋର

1 min
295


ତୋ' ଆଗେ କରୁଛି ମା' ଲୋ ଅଳି

ଭିକ ଟିକେ ଦେ ଭରିଦେ କଲମେ କାଳି

ଯେତେ ଲୁହ ଦେବୁ ଦେ ଲୋ ମା'

ଡରନାହିଁ ଭୟନାହିଁ ତୁ ଅଛୁ ପରା

ତୁ ହିଁ ପୋଛିବୁ ଯେବେ ଆସିବ ପାଳି, 


ଥରେ ଦେଖା ଦେ ମା' ଥରେ ସ୍ୱପ୍ନେ ଆସେ ମା'

ଯେତେ ଦେ ପଛେ କଷଣ ଅବା ଗାଳି

କରୁଣା ବାଲିରୁ ତୋର ଟିକିଏ ଦେ

ତୁ ଜାଣୁ ମା' ମୋର ସୁଖଦୁଃଖ ଯେତେ

ମୁର୍ଖ ସନ୍ତାନ ମୁଁ ସ୍ୱାର୍ଥରେ କରୁଛି ଅଳି, 


ତୋ' ପାଖକୁ କେବେ ଡ଼ାକୁନୁ କାହିଁକି

ଭକ୍ତିଭାବ ନାହିଁ ମୋର ବୁଝୁନୁ ଜମା

ପତ୍ରଟିଏ ମୁଁ ତୁ ପରା ଜଗତ ବଗିଚା ମାଳି

ତୋ' ରଙ୍ଗ ଟିକେ ଦେ ଲୋ ବୋଳି

ମା' ଲୋ ତୋ ଅଂଶ ତୋତେ କରୁଛି ଅଳି, 


କାନ୍ଦିକାନ୍ଦି ଲେଖୁଛି ମୁଁ ମାଗୁଅଛି ଶକ୍ତି

ଦୟାମୟୀ ଦୟାକର ଭରିଦେ ଲୋ ଭକ୍ତି

ମୋ' ବିଶ୍ବାସ ତୁ ଜାଣୁ କିଏ ବା ଚିହ୍ନିବ

ତୋ' ପାଇଁ ଲେଖିବି ମା' ଶବ୍ଦ ଭଳିଭଳି

ସ୍ନେହ ଟିକେ ପାଇଁ ତୁ କ'ଣ ନେବୁ ସୁଖ ବଳି.!


ଥରିଯାଏ ମନ ମୋର ଭରିଯାଏ ଛାତି କୋହ

ଏ ମନର ଯେତେ ସବୁ ଭାଙ୍ଗି ଦେ ମୋହ

ଅହଙ୍କାର ଯଦି ଆସେ ମୋତେ ଦେବୁ ଜାଳି

ମୁଁ ଜାଣେ ବିପଦକୁ ଦେବୁ ତୁ ମା' ଟାଳି

ମା' ଲୋ ଅଧମ କରୁଛି ତୋତେ ଏତିକି ଅଳି। 


ମା' ଲୋ... ଶରଣ ଦେ..




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract