STORYMIRROR

Barsha Swain

Tragedy Inspirational

4  

Barsha Swain

Tragedy Inspirational

ଅନୁତାପ

ଅନୁତାପ

1 min
234

ଜୀବନଟା ମୋର ନିରାଶାର ବାଲି

ଦିଗନ୍ତ ବିସ୍ତାରୀ ମରୁଭୂଇଁ ,

ଧୂସର ଆକାଶେ ଏଠି ବାଦଲ ଭାସେ

ହେଲେ ବରଷା ପଡେନା ଝରି। 


ଉତ୍ତପ୍ତ ଭୂମିର ତତଲା ଝାଞ୍ଜି ବାଆ 

ମରଣ ଯନ୍ତ୍ରଣା ଜନ୍ମାଏ ନିତି,

ତତଲା ରେଣୁରେ ପାଦ ପଡେ ଯେବେ

ରକତ ପଡେନା ଝରି। 


ଜଳିଲେ ଶରୀର ଝରେନି ରୁଧିର 

ନିଆଁ ନଥାଇ ଧୂଆଁ ଉଠେନି,

କାମନା ଅଗ୍ନିରେ ଶରୀର ଜଳିଲେ

ସହଜେ ପ୍ରଶମିତ ହୋଇପାରେନି ।


ସ୍ୱପ୍ନ ମାଳମାଳ ଆଖିପତାରେ ଲଦି

ନିରୁପାୟ ମନ ନୀରବ ଆଜି,

ଆଗକୁ ଯିବାର ପ୍ରଚେଷ୍ଟାରେ

ଅଣ୍ଡାଳି ପଥକୁ ଆଗେଇ ଚାଲିଛି 

ହେଲେ ଅନ୍ଧକାର ଅତୀତ ପଛକୁ ଟାଣୁଛି ।


ନିର୍ଜନ ପ୍ରହରୀ ଏକାକୀ ମୁଁ 

ନିତି ସ୍ମୃତିର ପାହାଡ ଚଢୁଛି 

କଳାବଉଦ ଅପସରି ଯିବ ଭାବି

ନୂଆ ଉଡାଣ ଭରୁଛି ।


ସମୟକୁ ମୁଁ ଭ୍ରୁକ୍ଷେପ ନକରି

ଅବାନ୍ତର ସ୍ୱପ୍ନ ପୁଳେ ସାଉଁଟି 

ନିଜ ମନମାନି କରିଛି

ସେଥିଲାଗି ବୋଧେ ଏ ଜୀବନ

ଅନୁତାପ ଅଗ୍ନିରେ ଜଳୁଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy