STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଓଡ଼ିଆ ପିଲାଙ୍କ ଦୁର୍ଦ୍ଦଶା

ଓଡ଼ିଆ ପିଲାଙ୍କ ଦୁର୍ଦ୍ଦଶା

1 min
399


ନୂତନ ଭାରତେ ଶିକ୍ଷାନୀତି ନୂଆ ଆଣିଛି ଗୌରବ ଦେଶେ 

  ରୁହନ୍ତି ଓଡ଼ିଆ ବିଚ୍ଛିନ୍ନାଚଳରେ ଦୁର୍ଭାଗ୍ୟ ତାଙ୍କରି ଦିଶେ।


ରାଜ୍ୟ ଝାଡ଼ଖଣ୍ଡ ହେଲା ଯେଉଁ ଦିନୁ ଓଡ଼ିଆଙ୍କ ଭାଷା ଶୂନ୍ୟ 

  ନମିଳେଟି ବହି ନାହାଁନ୍ତି ଶିକ୍ଷକ ନାହି ହିଁ ଭାଷାର ଧ୍ୟାନ।


କିପରି ପଢିବେ ପିଲାମାନେ ଏଠି ଚିନ୍ତିତ କରୁଛି ମନ 

  ଧ୍ୟାନ ନାହିଁ କାର ନାହିଁଟି ନଜର ନାହିଁ ଓଡ଼ିଆଙ୍କ ଧ୍ୟାନ।


ସିଂହଭୂମି ଥିଲା ଯେତେ ଦିନ ଯାଏ ବିହାର ଅଧିନେ ଭାଇ 

  ଶିକ୍ଷା ମିଳୁଥିଲା ଓଡ଼ିଆ ଭାଷାଙ୍କୁ ଥିଲାଟି ସମ୍ମାନ ଭାଇ।


ବହି ମିଳୁଥିଲା ଓଡ଼ିଆ ଭାଷାଙ୍କୁ ଥିଲାଟି ଓଡ଼ିଆ ଧ୍ୟାନ 

  ସ୍କୁଲରେ ଥିଲେଟି ଓଡ଼ିଆ ଶିକ୍ଷକ ମିଳୁଥିଲା ଶିକ୍ଷା ଜ୍ଞାନ।


ଓଡ଼ିଆ ଭାଷୀଙ୍କ ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା ଝାଡ଼ଖଣ୍ଡେ ଶୂନ୍ୟ 

  ଜନ ଏକତ୍ରିତ ମାତୃଭାଷା ପାଇଁ ରାବ ଗୁଞ୍ଜେ ଘନଘନ।


ନୂଆ ଶିକ୍ଷାନୀତି ମାତୃଭାଷା ପାଇଁ ନପଡେ କାର ନଜର 

  ସମ୍ବିଧାନ ଦିଏ ଅଧିକାର ପୁଣି ପଢିବା ମାତୃଭାଷର।


ଝାଡ଼ଖଣ୍ଡ ରାଜ୍ୟ ନକରେ ପୂରଣ ଓଡ଼ିଆ ଶିକ୍ଷା ଆମର 

 ରୋଦନ କରନ୍ତି ଓଡ଼ିଆ ର ଭାଷୀ ଅଶ୍ରୁ ଗଡେ ଝରଝର।


ଗୁହାରି କରିଲୁ ଓଡିଶା ରାଜ୍ୟକୁ ଥିଲା ଉତ୍କଳର ସ୍ଥାନ 

 ଦେଶ ଶିକ୍ଷାମନ୍ତ୍ରି ଜାଣିଛନ୍ତି ସବୁ ଗୁହାରି କରୁଛୁ ପୁନ।


ଶୁଭ ସମାଚାର ମିଳିବକି କେବେ ବିଚ୍ଛନ୍ନାଚଳ ଆତୁର 

 ଓଡ଼ିଆର ଶିକ୍ଷା ମିଳିବକି ଏଠି ବହୁ ଅଛି ଅଶ୍ରୁ ଧାର।


ଓଡ଼ିଆର ବହି ନ ମିଳେଟି ଏଠି ପଢାପଢି ଓଡ଼ିଆର 

 କେବେସେ ସୁଯୋଗ ଆସିବକି ଏଠି ଚିନ୍ତାହୁଏ ନିରନ୍ତର।


ସ୍କୁଲରେ ଆମର ଓଡ଼ିଆ ଶିକ୍ଷକ ଆସିବେକି ଶିକ୍ଷା ପାଇଁ 

 ଛାତ୍ରଛାତ୍ରୀ ଆମ ପଢିବେ ଓଡ଼ିଆ ମାତୃଭାଷା ଶିକ୍ଷାପାଇଁ।


ସ୍ୱପ୍ନ ପରି ଲାଗେ ଭରସା ରହିଛି ଜଗନ୍ନାଥ ପଦେ ଧ୍ୟାନ 

 ଓଡ଼ିଆ ପିଲାଙ୍କୁ ବିଚ୍ଛିନ୍ନାଚଳରେ ହେଉ ମାତୃଭାଷା ଜ୍ଞାନ।


ଶିଶୁ ଦିବସରେ ଅନୁରୋଧ ମୋର ମାତୃଭାଷା ଶିକ୍ଷା ମିଳୁ 

 ତେବେ ହିଁ ଉନ୍ନତି ରାଷ୍ଟ୍ରର ହେବରେ ଜନନୀ ଭାଷାରେ ମିଳୁ।



Rate this content
Log in

Similar oriya poem from Tragedy