ଅପରିଚିତ
ଅପରିଚିତ
ଋତୁ ରଙ୍ଗ ସତେ ବଦଳି ଯାଏଟି
ଲୋକେ ବଦଳନ୍ତି ନିତି,
କାଲି ସକାଳକୁ ଅପରିଚିତ ସେ
ଆପଣାର ପ୍ରିୟ ସାଥୀ l
ଫଗୁଣର ଫୁଲ ଯେତେ ସବୁ ଅଛି
ଶ୍ରାବଣେ ଲାଗେ ଅଚିହ୍ନା,
ବିରହ ବେଳାରେ ମନ୍ଦ ମଳୟଟି
ତତଲା ଝାଞ୍ଜି ଯନ୍ତ୍ରଣା l
ଫୁଟିବା ଫୁଲକୁ ଭ୍ରମର ଚୁମ୍ବଇ
ପୁଣି ସେନେହେ ଆଦର,
ଖୋଜଇ ଦୂରେ ନୂଆଫୁଲ କଢ଼ିର
ଠିକଣା ଯେ ନିରନ୍ତର l
ବିଶ୍ୱାସ ଅବିଶ୍ୱାସେ କଷ ତଉଲା
ଚାଲେ ପ୍ରୀତିର ବେଭାର,
କିଏ ବା କାହାକୁ ଦଇଛି ତ ପ୍ରେମ
ନାଁ ପ୍ରତାରଣା ଜହର l
ରୂପ ମାଧୁରୀ ତନୁ ମାଧୁରୀ ସାମ୍ନା
ମନପ୍ରାଣ ଅଟେ ଗୌଣ,
ସଭିଏଁ ସାଜନ୍ତି ପ୍ରତାରକ ରୂପେ
ପରେ ଦେହ ଆକର୍ଷଣ l
ଅଜ୍ଞାନ ପ୍ରେମୀ ଅଜ୍ଞତା ଅକାରଣେ
ପାଲଟିଯାଏ ଅଜ୍ଞାତ,
ଅଜ୍ଞାତ ଅପରିଚିତ ପ୍ରତାରିତ
ସଦା କ୍ରୋଧେ ଜର୍ଜରିତ l
