STORYMIRROR

Debabrata Mishra

Abstract Tragedy Others

4  

Debabrata Mishra

Abstract Tragedy Others

ଜୀବନର ମାନେ

ଜୀବନର ମାନେ

1 min
369


ଝାପସା ଝାପସା ଦିଶେ ଆଲୋକର ରାସ୍ତା

ମିଥ୍ଯା ପଥେ ଚାଲିବାଟା ଏଠି ଖୁବ୍ ଶସ୍ତା

ରଙ୍ଗ ନ ମାଖିଲେ ବାବୁରେ ହେବୁ ହୀନସ୍ଥା

ତତଲା ବାଲିରେ ବୋହିବୁ ଥଣ୍ଡା ବାଲିବସ୍ତା

      ଜୀବନର ମାନେ ଆଉ କ'ଣ କି ।

      ଓଦା ଆଖିରେ ଶୁଖିଲା ସ୍ୱପ୍ନର ଶେଷାବସ୍ଥା


ତୋତେ କନ୍ଦାଉଥିବା ଦଲକାଏ ଉପେକ୍ଷାର ପବନ

ଲୁହର ସୁନାମି ରେ ବି ଏଠି ବଞ୍ଚିଯା ହସର ଜୀବନ

ତୋର ଚର୍ମ ଦେହ ଦେଖି ଦୁନିଆ ଚିହ୍ନେ ସମ୍ପୂର୍ଣ୍ଣ

ଆତ୍ମାକୁ ଦେଖିବାକୁ ନା ଅଛି ସମୟ ନା ଶକ୍ତ ମନ

     ଜୀବନର ମାନେ ଆଉ କ'ଣ କି ।

     ବୟସର ଗତିଶୀଳତାରେ କର୍ତ୍ତବ୍ଯର ବନ୍ଧନ, 


ସମ୍ପର୍କର ସୂତା ଖୁବ୍ ନମନୀୟ ସମ୍ବେଦନଶୀଳ

ବିବେକର ଠିକଣା ନଜାଣି ଆଜି ଚିଠିମାନେଶୀଥିଳ

ଭରସାର ଜଜ୍ଞ ଆଜି କ୍ଷଣେକ୍ଷଣେ ହୁଏ ଭାବବିହ୍ୱଳ

ବିଶ୍ବାସ ଆଜି ଜନ ବଜାରରେ ଖୁବ୍ ବ୍ୟୟବହୁଳ

     ଜୀବନର ମାନେ ଆଉ କ'ଣ କି ।

  ଆତ୍ମିୟତା ଏସଂସାରରେ ସତେ ହେଉଛି ବିରଳ, 


ବାପା, ମାଆ ପରିବାର ଭାଇ ଓ ଭଉଣୀର ସ୍ନେହ

ଧୀରେଧୀରେ ସମାଜରୁ ହଟୁଅଛି ମମତାର ମୋହ

ଅର୍ଥରେ ମପାଚାଲିଛି କିଛି ତତ୍ତ୍ବ, ସ୍ୱାର୍ଥରେ ଲୟ

ତଥାପି ଈଶ୍ବର ବିଶ୍ବାସ ସବୁ ହେବ ଅମୃତମୟ

     ଜୀବନର ମାନେ ଆଉ କ'ଣ କି ।

 ଚେନାଏ ନିଷ୍କପଟ ହସ ଆଉ ଦୁଇବୁନ୍ଦା ସତଲୁହ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract