STORYMIRROR

Minakumari Tahala

Tragedy

4  

Minakumari Tahala

Tragedy

ଖୁସି ବନାଇଛି ଦୁଃଖ

ଖୁସି ବନାଇଛି ଦୁଃଖ

1 min
289


ଖୁସି ରେ ଖୁସିରେ କହିଦେଇ ଥିଲ

ଭଲ ପାଅ ବୋଲି ମୋତେ

ସେ ଦିନ କଥାକୁ ଭୁଲି ଯିବ ବୋଲି

ଜାଣି ମୁଁ ନ ଥିଲି ସତେ।

ସେ ଦିନର ଟିକିଏ ଖୁସି ପାଇଁ ପରା

ଆଜି ମୁଁ ଝରା ଏ ଲୁହ

ପୁଅ ଟିଏ ବୋଲି ତୁମେ ଖସି ଗଲ

ମୋର କିମ୍ବା ଭୁଲ୍ କୁହ।

ଅଭିଆଡ଼ି ଝିଅ ମାଆ ଟିଏ ହୋଇ 

ଦୁଃଖ କୁ ଆବୋରି ନେଲି 

ସମାଜ ଆଖିରେ କଳକିନୀ ବୋଲି

ନାମ ଟିଏ ପାଇଗଲି।

ଶଙ୍ଖା ସିନ୍ଦୂର ପିନ୍ଧାଇବି ବୋଲି

କଥା ଟିଏ ଦେଇଥିଲ

ତୁମରି ସ୍ମୃତିର ଏ ଗର୍ଭ ସନ୍ତାନ

କେମିତି ବା ଭୁଲି ଗଲ ।

ମନେ ରଖ ତୁମେ ନାରୀ ଙ୍କ ଲୁହ ରେ

ଲଙ୍କା ବି ହୋଇଛି ଧ୍ଵଂସ

ସମୂହ ଲୋପ ହୋଇ ଯାଇଛନ୍ତି

ଏତେ ବଡ଼ କୁରୁ ବଂଶ।

ଏହି ଅନ୍ୟାୟର ପାଇଁ ଦଣ୍ଡ ଟି ଦେବେ

ଉପର ବାଲା ଟି ଜାଣ

ବିଶ୍ଵlସ ରହିଛି ରକ୍ଷା ଯେ କରିବେ

ପ୍ରଭୁ ଶ୍ରୀ ନାରାୟଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy