Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Classics

4  

SUJATA DAS

Classics

ପବିତ୍ର ହୋଲି ପାଇଁ

ପବିତ୍ର ହୋଲି ପାଇଁ

1 min
387


ଆମେ ଭାରତୀୟ, ନିଆରା ଜାତି

ଭିନ୍ନ ଆମ ପ୍ରଥା, ନୀତି ସଂସ୍କୃତି

ଦୋଳ ପୂର୍ଣ୍ଣମୀର ରଙ୍ଗ ପରବ

ଜଗାଏ ହୃଦୟେ ଭାତୃତ୍ୱ ଭାବ

ପବିତ୍ର ଦିବସେ

ଖୁସି ଆନନ୍ଦରେ ଅନ୍ତର ହସେ ।


ଋତୁ ଫଗୁଣର ଆଗମନରେ

ନବ ଉନ୍ମାଦନା ହୃଦୟେ ଭରେ

କୋକିଳ କାକଳି ଆମ୍ର କୁଞ୍ଜରେ

ଚୋରା ଚଇତାଳି ପୁଲକ ଭରେ

ହୃଦୟ କାନନେ

ମହକି ବାସଇ ପ୍ରୀତି ସୁମନେ ।


ଦୋଳ ବିମନରେ ରାଧା ମାଧବ

ଆହା କି ସୁନ୍ଦର କୃଷ୍ଣ କେଶବ

ପବିତ୍ର ନୟନ ହୋଇଲା ଧନ୍ୟ

ରଙ୍ଗ ଅବିରରେ ଅପୂର୍ବ ବର୍ଣ୍ଣ

ଉଲ୍ଲସିତ ପ୍ରାଣ 

ପବିତ୍ର ପରବ ରଙ୍ଗ ଫଗୁଣ ।


ଶାଶ୍ୱତ ଭାସ୍ଵର ପ୍ରେମର ତତ୍ତ୍ୱ

ବର୍ଣ୍ଣଇ ଜୀବନ ନିଛକ ସତ୍ୟ

ହିଂସା ଦ୍ୱେଷ ଇର୍ଷା ମନରୁ ତେଜି

ରଙ୍ଗ ଫଗୁଣରେ ଯିବାରେ ଭିଜି

ଭକତି ଭାବେ

କୃଷ୍ଣ ପ୍ରେମେ ଭିଜି ଯିବା ସରବେ ।


Rate this content
Log in

Similar oriya poem from Classics