Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Classics Others

4  

Nrusingha Narayan Triphathy

Classics Others

ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ

1 min
235



ବିଭିନ୍ନ ଜାତି ସଂସ୍କୃତି ଆଦିବାସୀ ଜନଜାତି

ବୀର ବେଶେ ନାଗା ଜଗେ ଜାଣ ମନ୍ଦିର

ଅନ୍ତର୍ଯ୍ୟାମୀ ରଘୁବୀର ଶୁଣିଯେ ଭାବ ନାଗାର

ସାମରିକ ବେଶ ଧରେ ସେ ବଂଶୀଧର

ନାଗାର୍ଜୁନ ବେଶ ଧରିଣ

ଦର୍ଶନ ଦିଅନ୍ତି ପ୍ରଭୁ ମଧୁସୂଦନ l


ପଞ୍ଚୁକଯେ ପାଞ୍ଚ ଦିନ ମଳମାସେ ଛଅଦିନ

ପୂର୍ଣ୍ଣମୀ ପୂର୍ବର ବେଶ ସେ ନାଗାର୍ଜୁନ

ମୁଣ୍ଡରେ ହାଣ୍ଡିଆ, ଫୁଲ   ହାତରେଯେ ଓଲମାଳ

କାଣ୍ଡଧନୁ ସ୍କନ୍ଧ ଦେଶେ କରି ଧାରଣ

ନାଗାର୍ଜୁନ ବେଶ ଦର୍ଶନେ

କୋଟି ପୁଣ୍ୟ ଫଳ ମିଳେ ସେ ଭକ୍ତଜନେ l


ପର୍ଶୁରାମ ମହାବୀର ବିଷ୍ଣୁଙ୍କର ଅବତାର

ବଧିଲେ ସାହସ୍ରାର୍ଜୁନ କରି ସମର

ବଳଭଦ୍ର ଜଗନ୍ନାଥ  ଧରି ବୀର ବେଶ ସେତ

ସ୍ମାରକୀ ରଖିଲେ ପ୍ରଭୁ ସେ ଵୀରତ୍ୱର

 ନାଗାର୍ଜୁନ ପିତା ଅର୍ଜୁନ 

ସମରେ ପରାସ୍ତ କରେ ସାହସ୍ରାର୍ଜୁନ l


ଶ୍ରୀକୃଷ୍ଣ ସାହସ୍ରାର୍ଜୁନ ଶିବଯେ କିରତାର୍ଜୁନ

ଶିବ ବିଷ୍ଣୁ ବେଶ ସେତ ସେ ନାଗାର୍ଜୁନ

ନାଗା ବେଶେ ଭକ୍ତଜନ ଉତ୍କଳୀୟ ପରିଧାନ

କ୍ରୀଡା, ରଣ କଳା କରେ ସେ ପ୍ରଦର୍ଶନ

ନାଗାର୍ଜୁନ ବଧ ସାଧନ

ଉତ୍ସବ ପାଳଇ ଭକ୍ତ ଯାଇ ଶରଣ l


ଅପେକ୍ଷାରେ ବହୁଦିନ  ଆସେ ବେଶ ନାଗାର୍ଜୁନ

ପୁଣ୍ୟବାନ ନର ଆଖି କରେ ଦର୍ଶନ

ଜଗତ କରତା ହରି  ସବୁ ପାପ ହରେ ହରି

ବୈକୁଣ୍ଠେ ଦିଅନ୍ତି ସ୍ଥାନ ସେ ଶ୍ୟାମଘନ

ନାଗାର୍ଜୁନ ବେଶ ଦେଖିଣ

ସନ୍ତୋଷିତ ହୃଦେ ଭରେ ତା ମନପ୍ରାଣ l


Rate this content
Log in

Similar oriya poem from Classics