STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଭାବର ଠାକୁର

ଭାବର ଠାକୁର

1 min
334


ଭାବର ତୁମେ ଠାକୁର   ଛଳନାଠୁ ବହୁ ଦୂର

     ବିଶ୍ୱାସେ ଆଶିଷ ପାଏ ଭକ୍ତ ତୁମର

ଅହଂଭାବ ପରିହର   ଯୁକ୍ତିତର୍କ ଅଭାବର

   ସମର୍ପିତ ହେଲେ ମିଳେ କରୁଣା ତୋର

        ଜଗବନ୍ଧୁ କରୁଣାକର

    ଭକ୍ତିରେ ଶୁଣନ୍ତି ପ୍ରଭୁ ଭକ୍ତ ଗୁହାର l


ଜଗନ୍ନାଥ ରଘୁବୀର   ଭାବଗ୍ରାହୀ ବଂଶୀଧର

      ଅନାଦି ଅନନ୍ତ ପ୍ରଭୁ ସେ ନିରାକାର

ସକଳ କର୍ତ୍ତା ସୃଷ୍ଟିର    ପ୍ରଭୁଯେ  ପରମେଶ୍ୱର

      ସର୍ବବ୍ୟାପି ପରଂବ୍ରହ୍ମ ଜଗଦ୍ଦିଶ୍ୱର

       ଶ୍ରୀହରି ଦୟାର ଠାକୁର

    ଭାବରେ ପଡନ୍ତି ବନ୍ଧା ସେ ମାୟାଧର l


ସଂକଟରୁ ରକ୍ଷାକର    ଶୁଣିକି ଗଜ ଚିତ୍କାର

     ଚକ୍ରେ ଛେଦ ଶିର କଲ ଦୁଷ୍ଟ କୁମ୍ଭୀର

ସମର୍ପିତ ଦ୍ରୋପଦୀର   ଶୁଣି କ୍ରନ୍ଦନ ତାହାର

      କୋଟି ବସ୍ତ୍ର ଦେଇ ତାକୁ ରଖ ମାନର

      ଅନ୍ତର୍ଯ୍ୟାମୀ ଦେବ ଈଶ୍ୱର

      ବିପଦ ତାରନ୍ତି ପ୍ରଭୁ ସେ ଚକ୍ରଧର l

  

ଜାଣି ଭାବ ଦାସିଆର     ଗ୍ରହଣ ନଡ଼ିଆ କର

      ହୃଦୟେ ସର୍ବଦା ରଖ ମନ ଭକ୍ତର

ଶୁଣିକି ସାଲବେଗର    ଆକୁଳ ପ୍ରାର୍ଥନା ତାର

     ନନ୍ଦିଘୋଷ ରଥ ରହେ ଦର୍ଶନେ ତାର

       ବାଲିରଥେ ରହି ଠାକୁର

      ବଳରାମ ଦାସ ପାଏ ତା ସମ୍ମାନର l


କାଳିଆ କଳା ଠାକୁର   ନୀଳାଚଳେ ନୀଳା କର

      ଜଗତ ଜନଙ୍କ ନାଥ ମୁରଲୀଧର

କୃପାସିନ୍ଧୁ କୃପାକର    ପତିତ ଜନ ଉଦ୍ଧାର

      ଦୟା କ୍ଷମା ସତ୍ୟ ଶାନ୍ତି କର ବିସ୍ତାର

      ପ୍ରଭୁଯେ ଭାବର ଠାକୁର

  ତୁମ୍ଭ ପାଦତଳେ ମୋର ଯେ ନମସ୍କାରll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics