Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational Others

4.5  

ବି. ନିରୁପମା

Classics Inspirational Others

କରାଅ ଧର୍ମର ଜୟ

କରାଅ ଧର୍ମର ଜୟ

1 min
368


ମୋ ସେବା ପୂଜାରେ ସନ୍ତୋଷ ହୁଅ ହେ

ଆଶୁତୋଷ-ଜ୍ୟୋତିର୍ମୟ,

ଭାରତ ଯୁଦ୍ଧରେ ପାଞ୍ଚପୁତ୍ର ଯିବେ

କରାଅ ଧର୍ମର ଜୟ ।


ତୁମେ ଦେବ ଦେବ ମହାଦେବ ନାଥ

ତୁମ୍ଭଙ୍କୁ କି ଅଗୋଚର,

କେତେ ଅପମାନ ,ଅନ୍ୟାୟ ,ସହିଛୁ

ଦେଖିଛ ତ ଶୂଳଧର ।


ସିମନ୍ତରୁ ମୋର ସିନ୍ଦୁର ଲିଭିଲା

ଗଲା ରାଜରାଣୀ ସୁଖ,

ବାଳୁତ କାଳରୁ ସନ୍ତାନେ ଭୋଗିଲେ

ମୋର ଅସରନ୍ତି ଦୁଃଖ ।


ଭାଇ ଯିଏ ଆମ ଭଗାରୀ ସାଜିଲେ

କା'ରେ କହିଥା'ନ୍ତି କୁହ,

ବିନାଦୋଷେ ବିଷ ଲଡ଼ୁ ଖୁଆଇଲେ

ଜତୁ ଗୃହେ କଲେ ଦାହ ।


କୁଳବଧୂକୁ ମୋ ରାଜସଭା ମଧ୍ୟେ

ବାସ ହରୁଥିଲେ ଆଣି,

କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରିଲେ

ଡାକ ଶୁଣି ବେଣୁପାଣି ।


ଛଳ କରି ରାଜ୍ୟ କାଢ଼ିନେଲେ ଯେଣୁ

ପୁତ୍ରେ ଗଲେ ବନବାସେ,

ଅଜ୍ଞାତବାସକୁ ସାରି ଇଚ୍ଛା କଲେ

ଫେରିବାକୁ ନିଜ ଦେଶେ ।


ବିନା ଯୁଦ୍ଧରେ ସେ ସୂଚ୍ୟଗ୍ରେ ମେଦିନୀ

ଦେବେନାହିଁ କଲେ ଘୋଷ,

ଧର୍ମଯୁଦ୍ଧ ଲାଗି ଏବେ ପୁତ୍ରେ ତେଣୁ

ଚଳିବେ ହେ ଯୋଗୀଈଶ ।


ମାଧବ ଆମର ଚିରକାଳ ସଖା

ହେବେ ଅର୍ଜ୍ଜୁନର ରଥୀ,

ତୁମେ ଗଙ୍ଗାଧର ଆଶିଷ ବାଞ୍ଛିଲେ

ଧର୍ମ ଯୁଦ୍ଧେ ଯିବେ ଜିତି ।


Rate this content
Log in

Similar oriya poem from Classics