ହସ
ହସ
ବେଦନାଶିକ୍ତ ଛାତିରେ
କାନ୍ଦିବା ସହଜ ହେଇଯାଇଛି
ଲୁହ ଢଳ ଢଳ ଆଖିରେ
ନିଭୃତ କୋଠରୀରେ !!
କିଏ ବା ନ ଚାହେଁ !
ମୁଁ ବି ଖୋଜୁଛି
ଶୈଶବର ବାଲିଘରେ
ପୋତି ହେଇଯାଇଥିବା
ଚେନାଏ ହସକୁ
ଯୌବନର ଯୁଆରରେ !!
କୋହ ସବୁ ଜାଳି
ମୁଁ ହସିବି ନିଶ୍ଚୟ
ପ୍ରତିଶ୍ରୁତି ଦେଇଛି
ସମୟର ସଉତୁଣି ପଣକୁ
ନିର୍ଲ୍ଲଜ ଟିଏ ସାଜି !!!!
ନଚେତ,
ନିଜର ବୋଲି
ମନେ ହେଉଥିବା ଗଳିରେ
ନିଜର ମଣିଷ ମାନେ
ଉପହାସ କରିବେ
ମୋ ନପାରିବା ପଣକୁ
ତେଣୁ ମୋତେ ହସିବାକୁ ହେବ!!!!