STORYMIRROR

R Ashwani Banjan Murmu

Inspirational

4.4  

R Ashwani Banjan Murmu

Inspirational

ହସ

ହସ

1 min
29


ବେଦନାଶିକ୍ତ ଛାତିରେ

କାନ୍ଦିବା ସହଜ ହେଇଯାଇଛି

ଲୁହ ଢଳ ଢଳ ଆଖିରେ

ନିଭୃତ କୋଠରୀରେ !!


କିଏ ବା ନ ଚାହେଁ !

ମୁଁ ବି ଖୋଜୁଛି

ଶୈଶବର ବାଲିଘରେ

ପୋତି ହେଇଯାଇଥିବା

ଚେନାଏ ହସକୁ 

ଯୌବନର ଯୁଆରରେ !!


କୋହ ସବୁ ଜାଳି

ମୁଁ ହସିବି ନିଶ୍ଚୟ

ପ୍ରତିଶ୍ରୁତି ଦେଇଛି

ସମୟର ସଉତୁଣି ପଣକୁ

ନିର୍ଲ୍ଲଜ ଟିଏ ସାଜି !!!!


ନଚେତ,

ନିଜର ବୋଲି

ମନେ ହେଉଥିବା ଗଳିରେ

ନିଜର ମଣିଷ ମାନେ

ଉପହାସ କରିବେ

ମୋ ନପାରିବା ପଣକୁ

ତେଣୁ ମୋତେ ହସିବାକୁ ହେବ!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational