STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ହିରୋ ସାଜି କୂଆଡେ

ହିରୋ ସାଜି କୂଆଡେ

1 min
281


ହିରୋ ସାଜି କୁଆଡେ

  ଯାଉଛ ଆଜି

ଜିତିବାକୁ ସତେ

   ପ୍ରେମର ବାଜି

ହିରୋ ସାଜି ...............


ଭାରି ହ୍ୟାଣ୍ଡ ସମ୍ 

  ତୁମେ ଦିଶୁଛ

ବାସନାରେ ଖାଲି

  ତୁମେ ମହକୁଛ

ସତେ ଝିଅ ହୋଇଯିବେ ରାଜି।


ଥାଉ କି ନଥାଉ

   ତୁମର ଗାଡି

ସାଙ୍ଗଠାରୁ ମାଗି

   ଯାଉଛ ଚଢି

ତୁମ ଇମ୍ପ୍ରେସନ୍ ଟା ଯିବ ବଢି।(


ଆଗକୁ ପଛକୁ

   ଖାଲି ଚାହୁଁଛ

ଘଣ୍ଟାରେ ଟାଇମି

 କିଆଁ ଦେଖୁଛ

ସତେକି ଟାଇମ୍ ଗଲାଣି ଗଡି।


ହିରୋଇନ୍ ଙ୍କର

   ଦେଖିଣ ନାହିଁ 

ଆଉ କାହାସାଥେ

   ଗଲା ପଳାଇ

ମନଟା ତୁମ ହାଇଁ ପାଇଁ ।


ଷ୍ଟାଇଲ୍ ତମର 

   ଛାଡିଗଲା

ମନଟା ଫିକା 

   ପଡିଗଲା

ସତେ କଅଣ ନହେଲା ଆଜି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy