ଭଲା ମୋବାଇଲି
ଭଲା ମୋବାଇଲି
ଇଏ, ଭଲା ମୋବାଇଲି ହେଲା
ପିଲା, ଛୁଆ,ଟୋକା,ଵୁଢା
ସଭିଁଙ୍କୁ ଵାଇଆ କଲା ।
କଅଁଳା ପିଲାଟି ମୋବାଇଲ ଦେଖି
ଯାଉଅଛି ତୁନି ହୋଇ
ନଦେଖିପାରିଲେ ମୋବାଇଲି
ରାହା ଧରି ସେ କାନ୍ଦିଲା ।
ଛୋଟପିଲାମାନେ ଗେମ ଖେଳିଲେ
ପାଠ ପଢା ଛାଡିଦେଇ
କଲେଜ ପଢୁଆ ପିଲାଏ ଯାଆନ୍ତି
ହାତେ ମୋଵାଇଲି ନେଇ ।
କ୍ଲାସ ଅଳପ ହେଲେ ଫୋନ୍ ରେ
ତାଙ୍କ ଗପ ଚାଲିଲା
ରଙ୍ଗ ନମ୍ବର ଫୋନ୍ ପାଇ ପୁଣି
ଲଭ୍ ଷ୍ଟୋରି ଷ୍ଟାଟ୍ ହେଲା ।
ହ୍ବାଟ୍ସଆପ ଆଉ ମେସେଜରେ
ତାଙ୍କ ଲଅଭ ଗାଡି ଗଡିଲା
ଧୀରେ ଧୀରେ ତାଙ୍କ
ପାର୍କ ରେ ଭେଟ ହେଲା ।
ଫେସ୍ ଵୁକ୍ ଦେଖି କେତେ ପୁଅଝିଅ
ହେଉଛନ୍ତି ହଟହଟା
କେତେ ଛାତ୍ରଛାତ୍ରୀ ବ୍ଲୁହ୍ଵେଲ୍ ଖେଳି
ଜୀବନେ ପଡିଛି ଭଟ୍ଟା ।
ବାପା ମାଆଙ୍କର ଭେଳା ଵୁଡିଲା
ଭଲା ମୋଵାଇଲି ହେଲା
ଭିଡିଓ କଲିଙ୍ଗି କରି ପୁଅଝିଅ
ଜୀବନ ଦିଅନ୍ତି ହାରି।
ମୋମୋ ଖେଳ ଖେଳି ଭୂତ ଦେଖି
କିଏ ଆତ୍ମହତ୍ୟା ଦିଏକରି
କାରଣେ ତାଙ୍କ ଜୀଵନଗଲା
ଭଲା ମୋଵାଇଲି ହେଲା ।
ଅଶ୍ଳୀଳ ଭିଡିଓ ଭାଇରାଲ କରି
ଵ୍ଲାକ୍ ମେଏଲେ ଚାଲିଲା
ମୋଵାଇଲି ଯାହା ଏଇ ସମାଜକୁ
କଳୁଷିତ କରିଦେଲା।
ଇଏ ଭଲା ମୋବାଇଲି ହେଲା
ପିଲା, ଛୁଆ, ଟୋକା,ବୁଢା
ସଭିଙ୍କୁ ଵାଇଆ କଲା। ।
