STORYMIRROR

Prabhati Mahapatra

Comedy Tragedy Others

3  

Prabhati Mahapatra

Comedy Tragedy Others

କାହାକୁ କହିବା

କାହାକୁ କହିବା

1 min
221

ଦେଖରେ ଭାଇ ଟିକିଏ ଦେଖ 

ଉଇଁଲେଣି କେତେ ଭେକ

କରୋନାକୁ ନାହିଁ ମନରେ ଡର

ହେଉ ପଛେ ଜ୍ୱର ଛିଙ୍କ ।


ଦିନ ଯାକ ଥିବେ ଘର ଭିତରେ

ସଂଜ ନଇଁ ଗଲେ ଦେଖ ବାହାରେ

ନବୁଝିବ ଯଦି କରୋନା କଥା

ବଞ୍ଚେଇବ କୁହ କିଏ ମହୀରେ ।


ରାମ ମଉସାର ପୁଞ୍ଜାଏ ପିଲା

ଚଳିବାକୁ ପରା ଘରେ ଝାମେଲା

ଉଜୁଡି ଯାଉଛି ଦୁନିଆଁ ପଛକେ

ମୋ ଦୋକାନ ଥାଉ ଖୋଲା ।


ପାନ ଦୋକାନରେ ଜବର ଭିଡ

ଦୋକାନୀ ସାଜିଛି ଏ ବେଳେ ରାଢ

ତଥାପି ପଡନ୍ତି ଉପରେ ଯାଇ

ନିଡର ପଣରେ ଦେଖାଇ ତୋଢ ।


ଅନ୍ଧକାର ଗଳିରେ ଚୋରଙ୍କ ପରି

ନାଲି ପାଣି ଯେତେ ଅଣ୍ଟିରେ ଧରି

ଭାରିଜା ଡରରେ ବସି

ଅତର ବୋତଲ ହେଉଛି ଲେସି ।


ଏମିତି ଆମର ଦେଶର ଭାଇ

ଭରଷା କରିଲେ ଯିବା ଗାଧୋଇ

ବଞ୍ଚେଇ ରଖିବ ଆପଣା ପ୍ରାଣ

ଯେମିତି ନପଡେ କାହାର ଛାଇ।



Rate this content
Log in

Similar oriya poem from Comedy