STORYMIRROR

Gitanjali Pujapanda

Comedy Romance Classics

3  

Gitanjali Pujapanda

Comedy Romance Classics

ଲକଡାଉନ ବିରହ(ପ୍ରିୟା ଓ ପ୍ରିୟତମ)

ଲକଡାଉନ ବିରହ(ପ୍ରିୟା ଓ ପ୍ରିୟତମ)

1 min
188

(ପ୍ରିୟା ଓ ପ୍ରିୟତମ)


ପ୍ରିୟା ମୋର ଆସିଥିଲେ ରାଣୀ ସାଜି

ଆଖିର ଅଗଣା ଡେଇଁ ମୋ ହୃଦୟର ଘରେ ।

ପ୍ରିୟା ତୁମର ସେ ନିରୀହ ମୁହଁ ଆଉ ଗୋଲାପୀ

ଓଠର ସ୍ପର୍ଶ ଲାଗି ଏବେ ମୁଁ ନିତି ଝୁରି ମରେ ।

ପ୍ରିୟା ମୋର ହାତରେ ହାତ ରଖି କହିଥିଲ ମତେ

ଯିବା ଆମେ ଦୁହେଁ ସାଥି ହୋଇ ବହୁତ ଦୂର ।

ପ୍ରିୟା ତୁମର ସେ ଢଳ ଢଳ ନୀଳ ଆଖିର ଇସାରା 

କଳା ଭଅଁର କେଶ ଉଡ଼ି ପଡେ ଯେବେ ତୁମ ମୁହଁରେ।

ହେ ପ୍ରିୟା ଚନ୍ଦ୍ର ବି ଲାଜେଇ ଯାଏ ଆହା ତୁମ

ଗୋରାତକ ତକ ମୁହଁଟି ଦିଶେ କି ସୁନ୍ଦର।

ହେଲେ ଏ ପ୍ରିୟା ଲକଡାଉନୁରେ ମନ ଖାଲିଟାରେ

ଖାଲି ଝୁରିବା ଛଡା ତୁମକୁ ଆଉ କ'ଣ ବା କରିପାରେ ।

କେତେବେଳେ ପ୍ରିୟା ତୁମ ସହ ହେବ ଭେଟ

ସୋସିଆଲ ଡିଷ୍ଟନ୍ସ ରେ ମୁଁ ତ ହୁଏ ଛଟ ପଟ।

ରହି ରହି ଘରେ ବିରକ୍ତ ଲାଗିଲାଣି ସରକାର

କି ବୁଝି ପାରେନା ମୋ ପରି ବହୁତ ପ୍ରେମିକ ।

ତାଙ୍କ ପ୍ରିୟାକୁ ଦେଖିବାକୁ ହୁଅନ୍ତି ସକ ସକ

ହେଲେ ପ୍ରିୟା ମୋର ଏ କରୋନା ସମୟରେ ।

ଘରେ ରହିବାଟା ନିହାତି ଆବଶ୍ୟକ ପୁଣି ଥରେ

ତୁମ ଆଖିରେ ଆଖି ମିଶାଇ ବା ପାଇଁ ବଂଚିବା ଦରକାର।

ତେଣୁ ହେ ପ୍ରିୟା ମୋର ତୁମର ଆଉ ମୋର

ମନ ଟାକୁ କର ସ୍ଥିର ସୋସିଆଲ ମିଡିଆକୁ

ସାଙ୍ଗ ନ କରି ଘର କାମ ଟିକେ କର ହେଲେ

ମୁଁ କହୁଛି ବୋଲି ରାଗିବନି ରାଣ ରହିଲା ମୋର।

ହେବ ଆମ ଜୀବନ ସୁଖ ମୟ ନ ହେଲେ ବାହାଘର

ପରେ ହୋଟେଲରେ ଖାଇବାଟା ନୁହେଁ ସୁନିର୍ଣ୍ଣୟ।

ପ୍ରିୟା ମୋର ମୁଁ ଏସବୁ କହୁଚି ବୋଲି କରିବନି

ରାଗ ଜମା କାରଣ ବାହାରୁ ଖାଇବା ପରେ ମନା ଏଥର।

ଶୁଣ ପ୍ରିୟା ତୁମ ଛଡା ମୋର କେ ଆଉ ଅଛି ଯାହା

ଉପରେ କେବଳ ମୁଁ ଭାବେ ମୋ ଅଧିକାର ଅଛି।

ସେଥିପାଇଁ ଏସବୁ ଆଜି ତୁମକୁ କହୁଛି ଶୁଣୁ ଶୁଣୁ ଭାବିବନି

ଜମା ପ୍ରେମ ମୋର ତୁମ ପାଇଁ ସ୍ବାର୍ଥପର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy