STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ଢମ

ଢମ

1 min
268


ଢମ କୁହା ପଣେ ବଳେଇ ଯାଇଛି

  ନଖିନନାନୀ ପୁଅ କାଳୁ

ଢମ କଥା ତାର ପ୍ରତିଟି ଶବ୍ଦରେ 

   ଘରୁ ପଛେ ପାଣି ଗଳୁ। 


ଢମରେ କହେ ସେ ଢୋକଲା ଖାଏନା

    ଚିକେନ୍ ପକୋଡା ଖାଏ

ମାଆ ପଛେ ତାର ଧାନ କୁଟୁଥାଉ

    ପୁଅ ଭାଉ ଖାଉଥାଏ।


ଢମ ପଣେ କହେ ବ୍ରେକ୍ ଫାଷ୍ଟ ମୋର 

    ଆପୁଲ୍ ଓ ଅଣ୍ଡା ସିଜା

ଲଅଞ୍ଚ କରେ ମୁଁ ବିରିଆନି ସାଥେ

    ମଟନ୍ ଝୋଳର ମଜା।


ଇଭିନିଙ୍ଗିରେ ମୁଁ ଚାଓମିନି ଖାଏ

    ଡିନର ତନ୍ଦୁରି ତଡକା

ନଖିନାନୀ ପୁଅ କହିଦେଲେ ତାକୁ

   ଦେହରେ ଲାଗେତା ଝଟକା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy