STORYMIRROR

Prakash Majhi

Comedy Romance

3  

Prakash Majhi

Comedy Romance

ଚୋରା ପୀରତି

ଚୋରା ପୀରତି

1 min
239

ଆମ ଗାଁ ନାରଣ ଭାରି ସୁନ୍ଦୁରିଆ

କନ ମନ ଭାରି ହୁଏ

ବାଟରେ ଦେଖିଲେ ସୁୁନ୍ଦରୀ ଝିଅଟେ

ହେଲୋ ହାଏ ଖାଲି କୁହେ।


କିଏ ବୁୁୁଲି ଚାହେଁ କିଏ ହସିଦିିିଏ

କିଏ ବି ଦିଅନ୍ତି ଗାଳି,

କିଛି ବି ଫରକ ଲାଗେନି ଯେମିତି,

ସଭିଏଁ ତାହର ଶାଳୀ।


ସପନରେ ଖୋଜି ଗୋପନ ନାୟିିିକା

ଦିନରାତି କରେ ନାଟ

ନୂଆନୂଆ ପ୍ରେମ ନୂୂୂଆ ଭାବରସ

ତାପାଇଁ ସଉଦା ହାଟ।


ତା ପ୍ରେମ ଜାଲରେ ଛନ୍ଦାଛନ୍ଦିି ହୋଇ

ଅନେକେ ଯାଆନ୍ତିି ଫସିି,

ଅଗମୂୂୂଳ କିଛି ଜଣା ପଡେେନାହିଁ

ଅଜାଣତେ ଯାଏ ଖସି।


ମିଛରେ ମିିିଛରେ ଦେଖେଇ ହୁଏ ସେ

ମୁଁ ଯେ ବଡ଼ଲୋକ ଛୁଆଁ

ଝିଅଙ୍କୁ ବିହାନା କରିିସେ ଏମିତି

ମନରେ ଲଗାଏ ନିିଆଁ।


ଦିନେ ଏମିିତିକା ଫସିିିିିଯିବ ବୋଲି

କଳ୍ପନା ନଥିଲା ଜମା

  ପାଦ ଧୋଉଧୋଉ ଗୋଡ଼ ଖସିଗଲା

ବ୍ୟବହାର ହେଲା କମା।


ମଦ ପିଇ ଥିଲା ଟାଙ୍କିଏ ଏମିତି

  ପାଟି ମାରୁୁୁଥିଲା ଖନୀ

ନିଶାରେ ନିଶାରେ ଚିଲେଇ ଚିଳେଇ

ଡାକିିଲା ମାଳତୀ ନାନୀ।


ଅଧା ବାଟେ ଥାଇ ନ ଶୁଣିଲେ କେହି

ନାରଣ ସୁରିଲା ଡାକ,

ମାଳତୀ ଘରକୁ ପଶିଲା ଅବାଟେ

ରଗଡି ରଗଡି ନାକ।

 

ରାଗରେ ମାଳତୀ ଜଗିବସିଥିଲା

କେମିିିତି ପାଇବ ତ୍ରରାହିି

ବିଛୁୁୁଆତି ଆଣି ଘସେ ତା  ଦେହରେ

ଅସମ୍ଭାଳ ହେବା ପାଇଁ।


ଗାଆଁ ଲୋକେ ସବୁ ଆସିଲେ ଧାଇଁକି

ସଜାଡି ହାତରେ ଠେଙ୍ଗା,

କୁଆଡ଼େ ନାରଣ ଯିିିବଯେ ଧାଇଁକି

ହାତଗୋଡ଼ ହେଲା ଭଙ୍ଗା।


ବିଧା ପରେ ବିଧା କଚଡା ଗୋଇଠା

ଏମିତି ପଡ଼ିଲା ଛେଚା,

ପାଣିପାଣି କହି ବିଚରା ସେ ଖାଲି

ଅଣ୍ଡାଳି ପକାଏ କଛା ।


ଯେମନ୍ତ ସେମନ୍ତ ଖସିଯାଇ ସେଠୁ

ଜୀବନ ହୋଇଲା ରକ୍ଷା,

ସେବେଠୁ ନାରଣ ପାଇଛି ଗୁୁଡାଏ 

ଚୋରା ପୀରତିରୁ ଶିକ୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy