STORYMIRROR

Chitaranjan Behera

Comedy

3  

Chitaranjan Behera

Comedy

ଆଗକୁ ଆସୁଛି ରଜ

ଆଗକୁ ଆସୁଛି ରଜ

1 min
235


ପ୍ରେମିକା ମୋତେ ଫୋନ୍ ରେ କହିଛି

ଆଗକୁ ଆସୁଛି ରଜ ।

ପାଉଡର ଲିପିଷ୍ଟିକ ମୋ ପାଖରେ ନାହିଁ

ହେବା ପାଇଁ ସଜ ବାଜ ।।

ମୋ

କଥାକୁ ଟିକେ ବୁଝ 

ବିଉଟି ରୂପରେ ମୋତେ ଦେଖିବାକୁ

ମନରେ ଟିକେ ହେଜ ।।


ଫଟା ଜିନ୍ସ ସାଥେ ଛୋଟ ବାନିଅନ

ଶୀଘ୍ର ପଠେଇଦିଅ ।

ଶାଢ଼ୀ ସାୟା ମୋତେ ଭଲ ଲାଗୁନାହିଁ

ଦେଖେଇ ହଉନି ଦେହ ।।

ପିନ୍ଧି

ଚାଲିବାକୁ ଲାଗେ ଭୟ 

ସବୁ ସାମଗ୍ରୀ ପଠେଇଦିଅ

ହେବା ଆଗରୁ ସୂର୍ଯ୍ୟ ଉଦୟ ।।


ଶାଢୀରେ ମୋତେ ସେଲ୍ଫିନେବା ପାଇଁ

ବହୁତ ଲାଜ ଲାଗୁଛି ।

ଝିଅ ନୁହେଁ ଇଏ ବୋହୁ ବୋଲି ମୋତେ

ଲୋକ ଭାବିବେ ଭାବୁଛି ।।

ହିଲ୍ ଟା ବି ନଷ୍ଟ ହୋଇଛି

ମୋ ମନବୁଝି

ହିଲ୍ ବି ମୋ ପାଇଁ

ପଠେଇବ ବୋଲି ଭାବୁଛି ।।


ଏତେ କଥା ଶୁଣି ଦେହ ସହିଲାନି

କହିଲି ପ୍ରିୟାକୁ ମୋର ।

ରଜ ଦୋଳି ଖେଳା ବନ୍ଦ କରିଦେଇ

ଯା ତୁ ରୋଷେଇ ଘର ।।

ମା କୁ

ସାହାଯ୍ୟ କର

ସନ୍ଧ୍ୟା ବେଳରେ ମୁଁ ପଂହଁଚିବି

ରଜ ପିଠା ରେଡି କର ।।


କଳା ସଂସ୍କୃତିକୁ ଭୁଲିଗଲ ସବୁ

ଧରିଲ ବିଦେଶୀ ନୀତି ।

ଶାଢ଼ୀ ବଦଳରେ ରଜପରବରେ

ପିନ୍ଧିଲ ଜିନ୍ସ ପେଣ୍ଟଟି ।।

କହିଲେ କହିବ 

ଆମେ ଓଲ୍ଡ଼ ନୁହେଁ

ମଡନ ଯୁଗର ଝିଅଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy