STORYMIRROR

Chitaranjan Behera

Others

4  

Chitaranjan Behera

Others

ଜୀବନ ନ ଥାଇ ଜୀବିତ

ଜୀବନ ନ ଥାଇ ଜୀବିତ

1 min
121

ନାମଟି ମୋହର ମୋବାଇଲ ଅଟେ

ପ୍ଲାଷ୍ଟିକ ମୋ ମାଂସ ହାଡ ।

ବିଜୁଳି ଅଟେ ଯେ ରକ୍ତ ମୋହର 

ଏ ମିତି ଚାଲେ ଶରୀର ।।

ମୋର ବ୍ୟବହାରେ କିଏ ନାଶ ଯାଏ ।

କିଏ ହୋଇଯାଏ ରାଜା ।

କେଉଁ ଲୋକ ମୋତେ ଅତି ଭଲପାଏ 

କାହାକୁ ଦିଏ ମୁଁ ସଜା ।।

ମୋର ବ୍ୟବହାରେ ଚାକିରି କେ ଖୋଜେ କିଏ ଖୋଜେ ଗାର୍ଲଫ୍ରେଣ୍ଡ ।

ମୋର ବ୍ୟବହାରେ କେ ବନଇ ହିରୋ ।

କା ଲାଇଫ ହୁଅଇ ଏଣ୍ଡ ।।

ମୋର ବ୍ୟବହାରେ ଚୋର ଚୋରି କରେ ବୋମାଫୁଟାଏ ସହରେ ।

ମୋର ବ୍ୟବହାରେ ଚୋର କୁ ପୋଲିସି

ଅ ତି ସହଜରେ ଧରେ ।।

ଜେତେ କାଳଧନ୍ଦା ଯେତେ ବଳତ୍ କାର

ନ ଜାଣିଲେ ମୁଁ ହୁଏ ନାହିଁ ।

ଯିଏ ମୋତେ ଯେପରି ବ୍ୟବହାର କଲା 

ତାହାର ସେମିତି ମୁହିଁ ।।

କେତେବେଳେ ଥାଏ ଗୋରୁ ଗୁହାଲରେ 

କେତେବେଳେ ଥାଏ ମନ୍ତ୍ରୀ ମହଲରେ ।

କେତେବେଳେ ଥାଏ ହାକିମ ଙ୍କ ଘରେ 

କେତେବେଳେ ପଡେ ଅଳିଆ ଗଦାରେ ।।

ସମସ୍ତ ଙ୍କ ମୁହିଁ ଅନ୍ତରଙ୍ଗ ବନ୍ଧୁ ନ ଭୁଲନ୍ତି କେହି ମୋତେ ।

ମୋଲେଖରେ ଯଦି କିଛି ତ୍ରୁଟି ଥାଏ 

କ୍ଷମା କରିଦେବ ମୋତେ ।।



Rate this content
Log in