କଳି ଯୁଗ ପ୍ରେମ
କଳି ଯୁଗ ପ୍ରେମ
1 min
250
କଳିଯୁଗ ପ୍ରେମ ଭାରି ସୁଆଦିଆ
ଚାଖି ଜାଣିଲା ବାଲାକୁ ।
ପ୍ରେମରେ ପଡିଲେ ସବୁ ଟୋକା ଟୋକି
ମାନନ୍ତି ନାହିଁ ଘର ଲୋକକୁ ।।
ସବୁବେଳେ ଖାଲି ମୋବାଇଲରେ ବିଜି
ପରସନାଲରେ କଥା ହୁଅନ୍ତି ।
ପାର୍କରେ ହୁଏ ଭାବ ଦିଆନିଆ
ଫିଲ୍ମ ହଲରେ ଷ୍ଟାଇଲ ମାରନ୍ତି ।।
କଫି ସପରେ ମୁଁହ ଦେଖା ଦେଖି
କୋଲ୍ ଡ୍ରିଙ୍କସ ରେ ହୁଏ ଭାବ ।
ବାଇକ ରେ ହୁଏ ଏଣ୍ଟର ଟେନ ମେଣ୍ଟ
ଏମିତି ଯୋଡିକୁ କଣ କରିବ କୁହ ।।
କାହିଁ ଗଲା ସେହି ରାଧା କୃଷ୍ଣ ପ୍ରେମ
କାହିଁ ଗଲା ରାମ ସୀତା ।
ଏବେର ପ୍ରେମକୁ ପ୍ରେମ ବୋଲି କହିବାକୁ ଲାଗେ ଭାରି ବାଧା ।।
ଏମନ୍ତ ପ୍ରେମିକ ପ୍ରେମିକା କୁ ମୁଁହିଁ
କରୁ ଅଛି ନିବେଦନ ।
ପ୍ରେମକୁ କେବେ କଳଙ୍କ ନ ଭାବି
ନିଅନ୍ତୁ ସନମାନ ।।
