STORYMIRROR

Chitaranjan Behera

Others

4  

Chitaranjan Behera

Others

କନ୍ୟା

କନ୍ୟା

1 min
433


ଝିଅଟିଏ ଜନ୍ମ ହେଲା ବୋଲି ସର୍ବେ

ଦୁଃଖରେ ଯାଆନ୍ତି ଭାସି ।

ସେଇ ଝିଅ ଦିନେ ସୈନିକ ସାଜଇ

ଘୋଡାର ପିଠିରେ ବସି ।।

ନ ପଚାରେ ପୁଅ ବାପା ଅନ୍ତ କଲେ 

ଝିଅ ଥାଏ ପାଖେ ପାଖେ ।

ସେତେବେଳ ବାପା ନିଜେ ବୁଝି ପରେ 

ଝିଅ କି କାମରେ ଆସେ ।।

ବୋହୁ ସାଥେ ପୁଅ ବିଦେଶକୁ ଯାଏ 

ଝିଅ ଆସେ ବାପା ଘରକୁ ।

ସେତେବେଳେ ବାପା ନିଜେ ବୁଝି ପାରେ

ପୁଅ ଜନମ ର ସୁଖକୁ ।।

ବାପା ବୋଲି ବାପା ପୁଅ କୁ ଡାକିଲେ

ପୁଅ ଶୁଣେ ନାହିଁ କଥା ।

ଝିଅ ବାପା ପାଇଁ ଶାଶୁ ଘରୁ ଆଣେ

ଆରିସା କାକରା ପିଠା ।।

ଯେଉଁ ବାପା ଭାବେ ଝିଅ ବୋଝ ବୋଲି 

ଏମିତି ଭାବନ୍ତୁ ନାହିଁ ।

ଝିଅ ଜନମରେ ଯୋଉ ସୁଖ ଅଛି 

ପୁଅ ଜନମରେ ନାହିଁ ।।

ହାତ ଯୋଡି ମୁହିଁ ସମସ୍ତ ଙ୍କୁ କହେ

ଏମିତି କରନ୍ତୁ ନାହିଁ ।

ଭୁଲ ଥିଲେ ମୋଟ କ୍ଷମା କରିଦେବ 

ହାତ ଯୋଡି କହେ ମୁହିଁ ।।


ଚିତରଞ୍ଜନ ବେହେରା

ମାଝିସାହି, ବଘିଆପଡା

ବୋୖଦ୍ଧ

9438710387


Rate this content
Log in