STORYMIRROR

Chitaranjan Behera

Inspirational

3  

Chitaranjan Behera

Inspirational

ବୃକ୍ଷ

ବୃକ୍ଷ

1 min
287


ହେ ବନ୍ଧୁଗଣ ମନ ଦେଇ ଶୁଣ, ମୋ ମନର ବେଦନା

ମଣିଷ ଜାତିକୁ ଏ ତିକି କହୁଛି,ନିର୍ଜୀବ ମୋତେ ଭାବନା ।।

ଯେତେବେଳେ ତୁମ ଇଚ୍ଛା ହୁଏ ମୋତେ

ହାଣି ଦିଅ ଟାଙ୍ଗିଆରେ

ବେଳେବେଳେ ମୋତେ ଦାରୁ ପାଇଁ ତୁମେ ଆଣି ଥାଅ ଶଗଡରେ ।।

ଗିରିଶିମ ଋତୁ ପ୍ରଚଣ୍ଡ ଖରାରେ

ବସିଥାଅ ଛାଇତଳେ

ବସନ୍ତ ଋତୁର ଆଗମନେ ମୋତେ

ଆଦରନ୍ତି ସକଳେ ।।

ମୋର ଫଳ ପାଇଁ ତୁମେ ଯେ ପାଗଳ

ସେ କଥାଟା ଜଣା ମୋତେ

ବେଳେ ବେଳେ ମୋତେ ଏତେ କଷ୍ଟ ଦିଅ କାହାକୁ କହିବି ସତେ ।।

ମୋତେ ହାଣୁ ଅଛ ମୋତେ କାଟୁ ଅଛ

ଦୁଃଖ ନାହିଁ ମୋର ମନେ

ମୁ ଖାଲି ଭାବୁଛି କେମିତି ବଞ୍ଚିବ ଅମ୍ଳଜାନ ବିନା ତୁମେ ।।

ବାୟୁ ମଣ୍ଡଳ ଟା ଦୂଷିତ ହୋଇବ ମୋର ବଂଶ ହେଲେ ନାଶ

ସାରା ସଂସାର ଟା ମରୁଭୂମି ହବ ବାୟୁ ହୋଇଯିବ ବିଷ ।।।।।

କବି-ଚିତରଞ୍ଜନ ବେହେରା

ମାଝିସାହି,ବଘିଅପଡା, ବଉଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational