STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ଯୌତୁକ ଏକ କଳଙ୍କ

ଯୌତୁକ ଏକ କଳଙ୍କ

1 min
196


 ଇଲୋ ବୋପାଲୋ

     ଇଏ କି ଯୁଗ ହେଲା? 

ଯଉତୁକ ଏଇ ସଂସାରକୁ

    ଯାହା କାଳପରି ଗ୍ରାସିଗଲା

ଇଲୋ ବୋପାଲୋ .... .।


 ଝିଅ ବାହା ପାଇଁ 

     ବର ଖୋଜୁ ଖୋଜୁ 

  ଅଣ୍ଟାରୁ ପଇସା ସଇଲା

     ଗାଡିରୁ ବି ତେଲ ସଇଲା

ଇଲୋ ବାପା ଲୋ.......।


 ଯଦିବା ମିଳିଲା ବର

    ବଜାରେ ଚଢା ତା ଦର

 ଯୌତୁକ ପାଇଁ ଅଟକିଲା

   ବାପ ମୁଣ୍ଡେ ଚିନ୍ତା ଘାରିଲା

ଇଲୋ ବୋପାଲୋ........।


 ଆସୁଛନ୍ତି ପୁଅବାଲା

      ଦଳକୁ ଦଳ

  ଜଳଖିଆ କିଣି ଝିଅ 

     ବାପ କାଙ୍ଗାଳ

ଝିଅ ଲାଖି ବର ମିଳିଲା।

  ଆଲୋ ବୋପାଲୋ.......।


 ଦେଖୁଛନ୍ତି କାଳୀ ଗୋରୀ

    ପାଠୋଇ ପୁଣି ସୁନ୍ଦରୀ 

 ଲକ୍ଷେ ଦେଲେ କାଳୀ ଝିଅ 

   ବାହା ହୋଇ ଗଲା।। 

ଇଲୋ ବୋପାଲୋ

     ଇଏ କି ଯୁଗ ହେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy