Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Comedy Others

4.0  

Pranati Panda

Comedy Others

ଫେସ୍ ବୁକ୍ ଫେକ୍ ବୁକ୍

ଫେସ୍ ବୁକ୍ ଫେକ୍ ବୁକ୍

1 min
197



ଫେସ୍ ବୁକ୍ ନୁହେଁ ଫେକ୍ ବୁକ୍ ବୋଲି

       ବହୁତ କୁହନ୍ତି ଶୁଣିଛି ମୁହିଁ ,

 ହୃଦବୋଧ କଲେ ନିଶ୍ଚୟ ଜାଣିବ

        କିଛିକାଂଶେ ପ୍ରାୟ ସତ'ତ ଏହି ।


ଭାବ ଭାବନାର  ସ୍ଥାନ ନାହିଁ ଏଠି

     ଏଠି ନାହିଁ କାହା ଆନ୍ତରିକତା ,

ସାଙ୍ଗ, ସାଥୀ ଏଠି  ମିଳନ୍ତି ହଜାର

      ଏହା'ହିଁ ମୁଖପତ୍ର ବିଶେଷତା ।


ଅନ୍ତର ଗୋଟିଏ ବାହାର ଗୋଟିଏ

    ମୁଖ ବୋଳା ମଧୁ କେତେ ଯେ ମିଠା ,

ଅଳ୍ପ ଓ ବହୁତେ  ସର୍ବେ ଅନୁଭବି

    ସତ ଅବା ମିଛ କୁହ ଏ' କଥା ?


ପାନରୁ'ତ ଚୂନ  ଖସିଗଲେ ଏଠି

       ବନ୍ଧୁତ୍ୱକୁ କାଟି କରନ୍ତି ସଫା ,

ମାୟା ଛଡା ଇଏ ନୁହେଁ କିଛି ଆଉ

      ନୁହେଁ ଏଠି କେହି କାହାର ସଖା ।


ଏଠି ସମ୍ପର୍କରେ  ମାଆ ,ପୁଅ ମିଳେ

   ବନ୍ଧୁ,ବାନ୍ଧବୀ କେତେ ଲେଖା ଯୋଖା ,

ଭାଇ, ଭଉଣୀଙ୍କ  ଲମ୍ବା ଲାଇନରେ

     ପ୍ରେମିକ, ପ୍ରେମିକା ମିଳନ୍ତି ଚୋଖା ।


ପତି ଏଠି ଭୁଆଁ ବୁଲାଏ ପତ୍ନୀକୁ

     ପ୍ରେମିକାକୁ କହେ ଭଉଣୀ ଲେଖା ,

ପତ୍ନୀବି ପତିଠୁଁ ଆର ସିଆଣିଆ

      ମୁଖପତ୍ର ପରା ବନାଏ ବୋକା ।


ସଚ୍ଚା ସମ୍ପର୍କଟେ ଆଶା କରିବାଟା

       ମରୀଚିକା ମୃଗତୃଷ୍ଣାର ପରି ,

ଫେସ୍ ବୁକ୍ ନୁହେଁ ଫେକ୍ ବୁକ୍ ଏ'ତ

      ସଚ୍ଚା ସମ୍ପର୍କଟେ ଅଛି କାହାରି ?


ନୁହେଁ'ତ ତୁମର ନୁହଇଁ'ତ ମୋର 

      ଫେସ୍ ବୁକ୍ ଅଟେ ପୁରା ବେକାର ,

ଗୁରୁ , ଗୁରୁଜନେ ଦୋଷ ନ'ଧରିବ

     ଫେସ୍ ବୁକ୍ ରିସ୍ତା ଦୂରୁ ଜୁହାର ।


      


Rate this content
Log in

Similar oriya poem from Comedy