STORYMIRROR

Sukadev Mahanta

Abstract Comedy Fantasy

3  

Sukadev Mahanta

Abstract Comedy Fantasy

ପଟ୍ଟନାୟିକା ନାମେ ଥିଲା ଏକ ଗାଆଁ

ପଟ୍ଟନାୟିକା ନାମେ ଥିଲା ଏକ ଗାଆଁ

1 min
271

ପଟ୍ଟନାୟିକା ପଟ୍ଟନାୟିକା

        ନାମେ ଥିଲା ଏକ ଗାଆଁ

ମନହେଲା  ଯାଇ ବୁଲି ମୁଁ ଆସିବି

       ସକାଳେ ସକାଳେ ସେ ଗାଆଁ ||

ଯାଇ ପହଞ୍ଚିଲି  ସେ ଗାଆଁ ମୁଣ୍ଡରେ

          ଥିଲା ଏକ ଚାଳ ଘର

ଘର ଅଗଣାରେ ଷୋଡଶୀ ବୟସୀ

         ଟାଣି ନେଲା ମୋ ନଜର ||

ଭାବିଲି ତାହାକୁ ଦେଖା କରିଦେବି

      ପଚାରିବି ତାର ତାର ନାଆଁ

ଘର ଭିତରକୁ ପଶନ୍ତେ ବାହାରି

        ଆସିଲା ଝିଅର ମାଆ ||

ତାଙ୍କୁ କହଲି ମୁଁ ବୁଲି ଆସିଥିଲି

        ତାଙ୍କର ସୁନ୍ଦର ଗାଆଁ

ମୋ କଥା ଶୁଣି ମାଆ କହିଦେଲା

         “ ବହୁଛି ଚଇତି ବାଆ,

ଆସିଲ ହେ ବନ୍ଧୁ !  ଭଲ କଲ ତୁମେ

          ବସିବାକୁ ନାହିଁ ଠାଆ

 ଯେଉଁ ବାଟେ ବାଟେ ଆସିଥିଲ ବନ୍ଧୁ

           ସେଇ ବାଟେ ବାଟେ ଯାଆ ||”

  ମାଆ କଥା ଶୁଣି ମୁହଁକୁ ଲୁଚାଇ

              ଝିଅ ହସି କିରି କିରି

  ମଲ୍ଲୀ ଫୁଲ  ପରି ମୁଖରେ ତା ହସ 

              ମନକୁ କରିଲା ଚୋରି ||

ସେଠାରୁ ବାହାରି  ପହଞ୍ଚିଲି ଯାଇ

            ଛୋଟ ଏକ କୋଠାଘରେ

ବାହର  କବାଟ ଖୋଲି ଦେଖେ ମୁହିଁ

          ଭଦ୍ର ବ୍ୟକ୍ତି  ଚଉକିରେ ||

ତାକୁ ଦେଖି ଯେହ୍ନେ ମଥାପରେ ମୋର

              ପଡିଲା ପାଚିଲା ତାଳ

କୁ ତୁ କୁତିଆ ମାଗୁର ନିଶୁଆ

              ହିଆରେ ନଥାଏ ବାଳ

ଏଇ ତିନିହାଙ୍କୁ   ପରତେ ନଯିବ

             ବଞ୍ଚିଥିବ ଯେତେ କାଳ

ଏଇ କଥା ମୋର ମନେ ପଡିଗଲା

             ଫେରି ଆସିଲା ଅକଲ ||

ଏହାପରେ ଯାଇ ପହଞ୍ଚିଲି  ମୁହିଁ

          ଛୋଟ ଏକ ଚାଳ ଘରେ

 ଦୀର୍ଘକାୟ ଜଣେ ଟାଙ୍ଗିଆ ପଜାଏ

            ଦେଖି ପଳାଇଲି ଡରେ ||

ଏହିଠାରେ ମୋର ଗାଆଁ ବୁଲା କାମ  

             ହୋଇଗଲା ଜାଣ ଶେଷ

ମୋର ଅନୁଭୂତି  ଶୁଣାଇ ଦେଖିଲି

          ସାଙ୍ଗ ସାଥି ମୁଖେ ହସ ||

                   

    

#sm boss

        

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract