STORYMIRROR

Anupama Sahu

Tragedy

4  

Anupama Sahu

Tragedy

ତୁମ ବିନା ସାଥୀ

ତୁମ ବିନା ସାଥୀ

1 min
186

ଜାଣେନି କାହିଁ ମୋ 

ଆଖି ଆଇନାରେ 

ତୁମ ଛବି ଦେଖାଗଲା

ଭଲକି ତୁମକୁ 

ଚିହ୍ନିବା ଆଗରୁ 

ଭାବ ପ୍ରୀତି ବଢିିିଗଲା ।

କଥା ଦିଆ ନିିଆ

ଭାବର ଦୁନିଆଁ 

ବୁଝିବା ଆଗରୁ କିିଛ 

ତୁମେ ରହିିିଗଲ 

ହୃଦୟ ଜମିିରେ 

ଭଲ ଜାଗାଟିଏ ବାଛି।

ଦେଇ ମନ ପ୍ରାଣ 

ପୂଜୁ ଥିଲି ନିତି 

ତୁମକୁ ଦେବତା ତୁୁୁଲ୍ୟ

ବିଶ୍ବାସ ଥିଲା ମୋ 

ଏ କଳି ଯୁଗରେ 

ଦେବ ମୋ ପ୍ରେମର ମୂଲ୍ୟ।

ମନ ହଜିଥିଲା 

ମନ ଅଗଣାରେ 

କଥାର ଯାଦୁରେ ତୁୁମ

ମିଛ ଦୁନିଆଁ ରୁ 

ସତ ଖୋଜି ଖୋଜି 

ହଜିିଗଲା ମୋ ପ୍ରେମ।

ସପନକୁ ମୋର 

ଭାଙ୍ଗି ଚୁନା କଲ

ଲୁଟି ନେଇ ସବୁ କିଛି 

ହୃଦୟ ମନ୍ଦିର 

ତୁମ ବିନା ସାଥୀ 

ଆଜି ବି ଶୂନ୍ୟ ପଡିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy