STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବିଚ୍ଛିନ୍ନାଚଳ

ବିଚ୍ଛିନ୍ନାଚଳ

1 min
200

ଉତ୍କଳ ଯୋଡିତ ଥିଲା ଦିନେ ଏହି

ବିଚ୍ଛିନ୍ନାଚଳର ଭୂମି,

କାଳବଶତଃ ହିଁ ବିଚ୍ଛିନ୍ନ ହୋଇଲା

ହୋଇଲା ବିହାର ଭୂମି।୧।


ଦୁଃଖକୁ ଆଦରି ରହିଥିଲେ ଏଠି

ଓଡ଼ିଆ ଭାଷୀ ହିଁ ଜନ,

ପୁଣି ଥରେ ଏହା ବିଚ୍ଛିନ୍ନ ହୋଇଲା

ଝାଡ଼ଖଣ୍ଡୀ ହେଲେ ଜନ।୨।


ଭାଷାଶୂନ୍ୟ ଏହି ଭୂମି ହୋଇ ଅଛି

ଧ୍ୟାନ ନାହି ହିଁ କାହାର

ଓଡ଼ିଆ ଭାଷାର ଶିକ୍ଷା ନାହିଁ ଏଠି

ରୋଦନ କରେ ଅପାର।୩।


ଜଗନ୍ନାଥଙ୍କର ଧ୍ୟାନ ପଡୁ ନାହିଁ

ଶ୍ରୀହୀନ ହିଁ ଭୂମି ହେଲା,

ଜଗନ୍ନାଥ ଭୂମି ବିଚ୍ଛିନ୍ନାଚଳଟି

ନିଜର ଭାଷା ଭୁଲିଲା।୪।


ଜଗନ୍ନାଥ ରାବ୍ ନିତ୍ୟେ ଶୁଭୁ ଅଛି

ଧ୍ୟାନ ନାହିଁ ହିଁ ଭାଷାର,

ବହି ମିଳୁ ନାହିଁ ଓଡ଼ିଆ ଭାଷାର

ନ ମିଳେ ଭାଷା ଆଦର।୫।


କର୍ମକୁ ଆଦରି ଓଡ଼ିଆ ଅଛନ୍ତି

ତାଙ୍କ ହସ୍ତେ କିଛି ନାହିଁ,

ଜଗନ୍ନାଥ ଭଜି କାଳ କାଟୁଛନ୍ତି

ପ୍ରଭୁଙ୍କ ଧ୍ୟାନ ହିଁ ତହିଁ।୬।


ବର୍ଣ୍ଣୁ ଅଛି ମୁହିଁ ଭୂମିର ଯନ୍ତ୍ରଣା

ଭାଷା ମୂଲ୍ୟ ଜାଣି ଅଛି

ମାତୄଭୂମୀ ଆଉ ମାତୄଭାଷା ପରା

ଜୀବନେ ସର୍ବୋଚ୍ଚ ଅଛି।୭।


ଓଡ଼ିଆ ସଂସ୍କୃତି ଓଡ଼ିଆ ଭାଷାର

ଗୌରବଟି ଏଠି ମିଳୁ,

ଓଡ଼ିଆ ଭାଷାର ଶିକ୍ଷା ମିଳୁ ଏଠି

ଭାଷାର କିରଣ ମିଳୁ।୮।


ଜଗନ୍ନାଥଙ୍କର କରୁଣା ବି ପଡୁ

ଓଡ଼ିଆ ଶିକ୍ଷା ହିଁ ମିଳୁ,

ଓଡ଼ିଆ ଭାଇଙ୍କ ଓଡ଼ିଆ ସଂସ୍କୃତି

ଓଡ଼ିଆ ଭାଇଙ୍କୁ ମିଳୁ।୯।


ଉତ୍କଳ ଯୋଡିତ ଥିଲା ଦିନେ ଏହି

ବିଚ୍ଛିନ୍ନାଚଳର ଭୂମି,

କାଳ ବଶତଃ ହିଁ ବିଚ୍ଛିନ୍ନା ହୋଇଲା

ହୋଇଲା ବିହାର ଭୂମି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy