STORYMIRROR

Banalaxmi Mohanty

Tragedy

4  

Banalaxmi Mohanty

Tragedy

ଅଭୂଲା ସ୍ମୃତି

ଅଭୂଲା ସ୍ମୃତି

1 min
220


କୁନି କଳିଟିଏ ଆସିଥିଲା ଦିନେ

   କୋଳ ମୋର ପୂର୍ଣ୍ଣ କରି 

ଧୀରେ ଧୀରେ ସିଏ ପାଖୁଡାମେଲିଲା

   ଘର ଉଠୁଥିଲା ପୁରି ।।


ବୋଉ ଡାକ ତାର କତେ ସୁମଧୁର

   ଦୋରଟି ଭାଷାରେ କହେ

କୁନି କୁନି ଓଠରେ ମିଠାମିଠା କଥା

   ସଭିଙ୍କ ମନକୁ ମୋତେ।। 


ଧୀରେ ଧୀରେ ବଢି ବିଦ୍ୟାଳୟ ଗଲା

    ପଢିଲା ଉତ୍ତମ ପାଠ

ଗୁରୁଜୀ ଗୁରୁମା ସଭିଙ୍କ ଆଦର

  ବୋଲାଇଲା ସୁନା ଚାଟ।। 


କେଉଁଠୁ ଆସିଲା ଅଦିନ ଝଡ ସେ

    କଲା ତାକୁ କବଳିତ

ଧୀରେ ଧୀରେ ଶୁଖିଗଲା ତା,ପାଖୁଡା

  ପୁଷ୍ପ ହେଲା ବୃନ୍ତ ଚ୍ୟୁତ।। 


ଗର୍ଭଧାରୀ ମାତା କେମିତି ସହିବି

   ମନେପଡିଲେ ତା, ସ୍ମୃତି  

ଗୁମୁରି ଗୁମୁରି କାନ୍ଦଇ ନୀରବେ

   କରି ହୁଏ ମୋ ଛାତି। 

   ସିଏ ମୋ ଅଭୁଲା ସ୍ମୃତି 

   ସିଏ ମୋ ଅଭୁଲା ସ୍ମୃତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy