STORYMIRROR

Sangita Mishra Satapathy

Tragedy

4  

Sangita Mishra Satapathy

Tragedy

ଯୁଗ ନିଅଣ୍ଟ ତା ତ୍ଯାଗ ଲାଗି

ଯୁଗ ନିଅଣ୍ଟ ତା ତ୍ଯାଗ ଲାଗି

1 min
238


ଜରାଶ୍ରମେ ଆଜି ନିରିମାଖୀ ମା'

ଆଖିରୁ ଲୋତକ ଝରୁଛି

ଦୁନିଆ ଆଖିରେ ବଡ ବୋଲାଇ ତା ପୁଅ

ମାତୃଦିବସ ପାଳୁଛି। 

କେତେ ରଂଗେ ଫଟୋ ଛାଡୁଛି

ମାଆ ତା ଜୀବନ ଲେଖୁଛି

"ଜରାଶ୍ରମ" ମାଳ କାହିଁକି?

ଅତୀତଘଟଣା ଗୋଟି ଗୋଟି 

ଆଜି ତାର ମନେପଡୁଛି।

ଜନନୀ ଜଠରେ ସଞ୍ଚରିଲା ଦିନ

କେତେ ପୁଲକିତ ହୋଇଛି 

 ଶୁଣି ତା କୁଆଁ କୁଆଁ ରାବ

ଗରଭ କଷଣ ଭୁଲିଛି। 

ଛୋଟରୁ ବଡ କରିବା ଲାଗି

କେତେ ସେବା ତ୍ଯାଗ କରିଛି

ସନ୍ତାନ ତା ବଡ ହୋଇଛି 

ମାଆ ର ମମତା ଭୁଲିଛି

ଜଳ ବିନା ମୀନ ପରିକା

କେତେ କଷଣ ଭୋଗୁଛି।

ଗୋଟେ ଦିନ ନୁହଁଇ 

ମାଆ ଲାଗି ଯଥେଷ୍ଟ 

ଯୁଗ ନିଅଣ୍ଟ ତା ତ୍ଯାଗ ଲାଗି।

ନିରିମାଖି ମାଆ କହୁଛି

ଯେଉଁଠି ଥାଉ ମୋ ଧନଶଙ୍ଖାଳି

ଶତାୟୁ କାମନା କରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy