STORYMIRROR

Anupama Sahu

Romance Tragedy Classics

4  

Anupama Sahu

Romance Tragedy Classics

ସଖା ହେ

ସଖା ହେ

1 min
179

କାହିଁ ଛାତି ଗଲ ସଖା ହେ କେଶବ 

 ଏକାକିନୀ କରି ମୋତେ 

ତୁମ ବିନୁ କାହ୍ନା ବଞ୍ଚିବି କେମନ୍ତେ 

   ଜୀବ ହାରି ଦେବି ସତେ।


ତୁମେ ମୋର ପ୍ରାଣ ନୟନ ପ୍ରତିମା 

   ଏକଥା କି ଗଲ ଭୁଲି 

ଅନ୍ଧ କରି ମୋତେ ଚାଲିଗଲ ମୁଁ ଯେ 

   ପାଦେ ନ ପାରଇ ଚାଲି।


ତୁମେ ମୋର ହସ ତୁମେ ମୋର ଲୁହ 

    ତୁମେ ତ ମୋହର ପ୍ରେମ 

ହେ ଗୋପ ଚନ୍ଦ୍ରମା ଯାଅ ନାହିଁ ଜମା 

   ସଂସାର ଲାଗେ ବିଷମ।


ତୁମ ପ୍ରୀତି ଭାଳି ଦିନ ନ ସରଇ 

  ପ୍ରାଣ ହୁଏ ହୁରି ଝୁରି 

ନୟନୁ ଲୋତକ ଅବିରତ ଝରି 

  ହୃଦୟ ଦିଏ ବିଦାରି।


ଦିନ ସରିି ପୁଣି ଜହ୍ନ ଆସୁଥିଲା 

  ସେ କେଳିକୁଞ୍ଜରେ ନିତି 

ସାଙ୍ଗ ସାଥି ମେଳେ ଯମୁନାର କୂଳେ 

  ରଚୁୁଥିଲେ କେତେ ପ୍ରୀତି।


ରସ ରାସେ ମଜ୍ଜି ବାହୁ ଝୁଲଣାରେ 

  କର ଯେବେ ଆଲିଙ୍ଗନ 

ତନୁ ତନିମାରେ ଲହଡି ଭାଙ୍ଗଇ 

  ପ୍ରୀତି ଭରା ଯଉବନ।


କିମ୍ପାଇ ସଖା ହେ ଗୋପ ଛାତି ତୁମେ 

   ଚାଲି ଗଲ ମଧୁବନ 

କୀଟ ସମ ସଦା ଦଂଶୁଅଛି ମୋତେ 

  ତୁମ ବିରହ ଦହନ।


ଶ୍ରୀହୀନ ଦିଶଇ ଗୋପ ବୃନ୍ଦାବନ 

  ତୁମ ବିନା କୁଞ୍ଜବନ 

ଗୁଣ ତୁମ ଗୁଣି ହୃଦ ହୁଏ ହାଣି 

  ବିଷ ମଣେ ଏ ଜୀବନ।


ଶରୀର ମନ୍ଦିରେ ତୁମେ ପରା ଆତ୍ମା 

  ତୁମକୁ କଣ ଅଜଣା 

ତୁମ ବିନା ଯେବେ ହାରି ଦେବି ପ୍ରାଣ 

  ବାଜିବ ନିଶ୍ଚେ ବାଜଣା।


ଏତିିକ ମିନତି ମନ ମୋର ବୁଝି 

  ସଖା ହେ ଆସ ଉଜାଣି 

ପାଦ ତଳେ ତବ ସମର୍ପି ଚାହିଁଛି 

  ତୁମ ସଖୀ ରାଧାରାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance