STORYMIRROR

Prangyalin Sahoo

Abstract

3  

Prangyalin Sahoo

Abstract

ଟଚ ମି ନଟ

ଟଚ ମି ନଟ

1 min
11.3K

ସବୁଜ ରଙ୍ଗର ସେ ଲାଲ ମିଶା ପାଟ 

ଝଲ ମଲ ହେଉଥିବ ହୀରାମୋତି ମାଣିକ, 

ପାଟ ମଝିରେ ଥିବ ଲାଲ ଟୁକ ଟୁକ ହଂସୀନିର ମୁଖ, 

ଯାହାକୁ ଦେଖି ପକୃତି ଖୁସିରେ କରିବ ନାଚ

 କେବେ ଗଲେ ସିଏ କାହା ପରଶେ 

ଲାଜରେ ଲୁଚାଇ ରଖିବ ମୁହଁ ତାର ପାଶେ, 

ସତେ ଯେପରି ତାର ଶୀତୀଳତା ଛୁଆଁରେ , 

କିଛି ସମୟ ସେ ସ୍ବପ୍ନରେ ହଜି ଯାଉଛିରେ

ମୁହଁ ଲୁଚାଇ ରଖିଲେ ସେ 

ପକୃତିକୁ ଲାଗେ ଫିକା ଫିକା, 

ତେଣୁ ଛୁଇଁବାକୁ ତାକୁ ପକୃତି କରିଛି ମନା, 

ସେଥିଲାଗି ବ୍ରିଟିଶ ରଖିଲେ ତାର 'ଟଚ ମି ନଟ ' ନାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract