STORYMIRROR

Prangyalin Sahoo

Abstract Others

3  

Prangyalin Sahoo

Abstract Others

ସାତ ସପନ

ସାତ ସପନ

1 min
11.7K


ଝିଅ ଏଠି ରହିଛି ଚାହିଁ 

ସାତ ସପନ ନେଇ 

ଆସିବ କେବେ ତା ରାଜକୁମାର 

ଚଢି ଘୋଡା ଗାଡି ନେଇ |

 ହେଲା ତିଥି ବାର ସବୁ ଠିକ 

 ଝିଅ ପୁଅର କଥାବାର୍ତା ଚାଲିଲା ନିତି 

ଲୁଗାପଟା ସହ ଜିନିଷ କେତୋଟି

 ତତ୍ପରତା ସହ କିଣାହେଲା ସବୁକିଛି 

ବନ୍ଧୁଘର ଗଲା ଗୁଆ ଚାଳକ 

 ସନମାନ ସହ କରିଲା ଆମନ୍ତ୍ରିତ 

ଯେପରି ବିବାହରେ ରହି ଉପସ୍ଥିତ 

ନବ ଦମ୍ପତିକୁ କରିବେ ଆଶୀର୍ବାଦ |

ଦିନ ଆଉ ଦୁଇ କି ତିନି ଅଛି 

ଘରେ କୋଳାହଳ ଭାରି ଶୁଭୁଛି 

ହଠାତ ଦୂରଦର୍ଶନ ସମ୍ବାଦ କହୁଛି 

କୋଉ ଗୋଟେ ବଡ ଭୁତାଣୁ କରୋନା ଆସିଛି |

ଭୁତାଣୁଟା ଭାରି ମହାମାରୀ 

କେତେ ଲୋକଙ୍କ ଜୀବନ ନେଇସାରିଲାଣି 

ଭୁତାଣୁର ରୋଗ ହୁଏ ଜଲଦି ସଂକ୍ରମିତ 

ଯଦି ପରସ୍ପର ସହ ପାଖାପାଖି ହେବେ ଭେଟ |

ସେଥିଲାଗି ସରକାର କରିଛନ୍ତି 

ସାମାଜିକ ଦୂରତାର ନିତି 

ଯୋଉଠି ତାଲା ବନ୍ଦ ରହିବ ଦିନ ରାତି 

ଯାହାଦ୍ୱାରା ଭୁତାଣୁର ଲୋପ ଆସିବ ନିୟନ୍ତ୍ରିତି |

ଦିନ ଚାଲେ ଗଡି ଗଡ଼ି 

ତାଲା ବନ୍ଦ ଅବଧି ବି ବଢ଼ି ବଢ଼ି 

ହେଲେ ଭୁତାଣୁର ସଂକ୍ରମିତ କମୁନାହିଁ 

କି ଝିଅ ର ବିବାଘର ହେଉନାହିଁ |

ଝିଅ ଭାବୁଛି ତା ସ୍ବପ୍ନ ଏଠି 

ସ୍ବପ୍ନ ହୋଇ ରହିଯିବ 

ନା ତା ବିବାଘର ହେବ 

ନା ଘୋଡା ଚଢି ରାଜକୁମାର ଆସିବ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract