Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prangyalin Sahoo

Inspirational Others Children

3  

Prangyalin Sahoo

Inspirational Others Children

ଭକ୍ତି (ଚକା ଆଖି )

ଭକ୍ତି (ଚକା ଆଖି )

1 min
275



ଆହେ ଚକାଆଖି

ତୁମ ନାମ ଧରି ଦିନ ଯାଉ ବିତି

ଲୀଳାମୟ ତୁମେ ଭାବର ନାଉରୀ

ବିପଦ ଗ୍ରସ୍ତ ଜୀବନ ଘାଟରୁ କରିବ ପାରି ||

ଆହେ ଚକାଆଖି

ତୁମକୁ ଦେଖି ହୃଦେ ଯାଉ ଅହଂ ମରି

ଉଜ୍ୱଳିତ ତେଜୀୟାନ ମୁଖ ତୁମରି

ପ୍ରେମରେ ବାନ୍ଧି କରିବ ରୋଷରୁ ପାରି ||

ଆହେ ଚକାଆଖି

ତୁମ ଆଶୀର୍ବାଦେ ଯାଉ ଦୁଃଖୀର ଦୁଃଖ ଲିଭି

କରୁଣା ସାଗର ଅପାର ମହିମା କଳାଗୋସାଇଁ

ଅଭାବକୁ ଭାବରେ ନେବ କୋଳାଇ ||

ଆହେ ଚକାଆଖି

ତୁମ ପାଦତଳେ ଦୀପାଳି ହୋଇ ଜଳୁଥାଏ ନିତି

ଭାବଗ୍ରାହୀ ତୁମେ ଭାବ ଭକ୍ତର ବୁଝି

ପାପକୁ କରି ମୋକ୍ଷ ପୁର୍ଣ୍ୟ ଭରିଣା ଦେବ ହରି ||

ଆହେ ଚକାଆଖି

ତୁମ ତୁଳସୀ କ୍ଷେତ୍ର ପରଶେ ଯାଉ ଜୀବନ ଶେଷ ଘଡି

ମହାବାହୁ ଶକ୍ତିଶାଳୀ ତୁମେ ପରା ହେ ଗୋସାଇଁ

କରିବ ଶବ ଦାହ ପତିତ ପାବନ ବାନା କାନ୍ଧରେ ପକାଇ |


Rate this content
Log in

Similar oriya poem from Inspirational