Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Comedy Tragedy Fantasy

3  

Lalita Mohan Dash

Comedy Tragedy Fantasy

ମୋ ଗାଆଁରେ ଜହ୍ନରାତି

ମୋ ଗାଆଁରେ ଜହ୍ନରାତି

1 min
204


ସରିଯାଏ ଦିନ ଯେବେ - ସୂର୍ଯ୍ୟ ବୁଡେ

ମୋ ଗାଆଁର ପାହାଡ଼ ପଛରେ,

ସଞ୍ଜନଇଁବା ଆଗରୁ - ଜହ୍ନ ଆସେ

ହସୁଥାଏ ପୂର୍ବ ଆକାଶରେ ।୧)

ଖରାଦିନେ ଚମତ୍କାର ଜହ୍ନରାତି

ମୃଦୁ ମନ୍ଦ-ମଳୟ ସାଥିରେ,

ନିମିଷକେ ହରିନିଏ ଗ୍ରୀଷ୍ମପୀଡା

ମନ, ପ୍ରାଣ ପୁଲକିତ କରେ ।୨)

ବର୍ଷା ଦିନେ ଜହ୍ନ ଖେଳେ ଲୁଚୁକାଳି 

ହସୁଥାଏ ବାଦଲ ଫାଙ୍କରେ,

ଘନଘୋର ବରଷାରେ ଭିଜୁଥାଏ

ଗାଁଆ ଦାଣ୍ଡ ଛାଇ-ଆଲୁଅରେ ।୩)

ଶରତରେ ଜହ୍ନ ହସେ - ନଈପଠା,

କାଶତଣ୍ଡି ଫୁଲଙ୍କ ସାଙ୍ଗରେ,

ଆହା କି ବିମଳ ଶୋଭା ! - ସତେ ଅବା

ସରଗ କି ଆସିଛି ଧରାରେ ! ।୪)

ହେମନ୍ତେ ଶିଶିର ବିନ୍ଦୁ ଝରୁଥାଏ

ଜହ୍ନ ହସେ ନିଥର ବେଳାରେ 

ଧୂଆଁଳିଆ ଶୀତରାତି ଭରା କ୍ଷେତ

ହଳଦିଆ ପାଚିଲା ଧାନରେ ।୫)

ଫୁଲର ଫଗୁଣ ଆସେ କି ସୁନ୍ଦର

ଗାଆଁ ଦାଣ୍ଡ ଜହ୍ନ ଆଲୁଅରେ,

ଚାରୁ-ଚଇତିର ସେଇ ଜହ୍ନରାତି 

ଅପାଶୋରା - ମୁଁ ଯେ ନିତି ଝୂରେ ।୬)

ଫେରେନି ସେ ଦିନ ସିନା - ଇଚ୍ଛା ହୁଏ

ଭିଜିବାକୁ ଜହ୍ନ ଆଲୁଅରେ,

ମୋ ଗାଆଁ ପାହାଡ଼ ତଳେ ପୁଣିଥରେ 

ମୋର ସବୁ ବନ୍ଧୁଙ୍କ ମେଳରେ ।୭)


 


Rate this content
Log in

Similar oriya poem from Comedy