Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Children Stories Comedy Tragedy

3  

Lalita Mohan Dash

Children Stories Comedy Tragedy

ପ୍ରଭୁ ମୋର

ପ୍ରଭୁ ମୋର

1 min
130


ଆଖି ଲୁହ ଚକଚକ୍ କରେ ଯେବେ

ଛାତିତଳେ ଭରିଥାଏ କୋହ,

ଚୁପଚାପ୍ ଥାଅ ତୁମେ ମୋ ପାଖରେ

ପଦୁଟିଏ କଥା ନାଇଁ କୁହ ।


ହଜୁଥାଏ ମନଗଢା ଭାବନାରେ 

ମନ ମୋର ବୁଝେନାହିଁ ଜମା,

ତୁମେ ଥାଅ ନିର୍ବିକାର ପ୍ରଭୁ ମୋର !

ସବୁ ଦୋଷ କରିଦିଅ କ୍ଷମା ।


ତୁମେ କେବେ ରାଗନାହିଁ ମୋ' ଉପରେ

କେବେହେଲେ ଦିଅନାହିଁ ଦଣ୍ଡ,

ହେ କୃପାଳୁ ! ସର୍ବଜ୍ଞାତା ପ୍ରଭୁ ମୋର !

ତୁମ ଦୟା ସତରେ ଅଖଣ୍ଡ ।


ଘୁଷୁରୀ ମୁଁ - କାଦୁଅ ପଙ୍କରେ ଲୋଟେ

ବୁଝିପାରେ ନାହିଁ ତୁମ ସ୍ନେହ,

ତୁମଠୁ ଦୂରରେ ଥାଏ ସବୁବେଳେ 

ଧରେ ଆନ ଭାଵନାର ଖିଅ ।


ବୁଝି ମୁଁ ଅବୁଝା ହୁଏ - ବାରବାର

ଠିକିଲେ ବି ଶିଖେନାହି ଜମା,

ଯିଏ ନାତ ମାରେ ତାକୁ ମନ ଝୁରେ

ମାନେ ନାହିଁ କେବେ ଖାଲଖମା ।


ତୁମେ ସଦା ଥାଅ ପାଖେ ପ୍ରଭୂ ମୋର !

କେବେହେଲେ ଛାଡନାହିଁ ହାତ,

ତୁମେ ଅଗତିର ଗତି - ମୁକ୍ତିଦାତା

ସ୍ଵାମୀ ମୋର ! ତୁମେ ଜଗନ୍ନାଥ !


ତୁମେ ପରମ ପ୍ରଶାନ୍ତି ! - ନିମିଷକେ

କରିଦିଅ ସବୁ ଦୁଃଖ ଦୂର,

ମନ ବଡଦାଣ୍ଡେ ଥରେ ଆସ ନାଥ !

ପ୍ରଭୂ ମୋର ! ଜଗତ ଠାକୁର ।



Rate this content
Log in