ଆମେ ହେଲୁ ପରେ ନେତା
ଆମେ ହେଲୁ ପରେ ନେତା
ଆମର ମୁଡେ ଗାନ୍ଧୀ ଟୋପି
ଆମେ ପିନ୍ଦସୁ ଧୁଟି,
ପାଦେ ଫଟା ଚପଲ ଆଉ
ଧର୍ସୁ ଆମେ ଛତା ।
ଆମେ ହଉଛୁଁ ଦେଶର୍ କର୍ତ୍ତା
ଆମେ ହେଲୁ ପରେ ନେତା
ଆମେ ହେଲୁ ପରେ ନେତା ।
ଭୋଟ ଆଏଲେ ବଡସି ଆମର ବୁତା
ସବ କର୍ ପାସ୍ କେ ଜିବାର୍କେ ପଡଶି
କେତେ ଆମର ସାଂଗ ସର୍ତା ।
କେତେ ମଦ କୁକୁଡ଼ା ଆଉ ଟଂକା ପୈସାର ଖେଲ
କେତେ ମିଟିଂ କେତେ ଛିଟିଂ ହେସି ବେଲ୍ବେଲ୍
ଭୋଟର ବେଲେ ଆମେ ନାଇଁ ମାନୁ ବାଡବତା
ଆମେ ହେଲୁ ପରେ ନେତା
ଆମେ ହେଲୁ ପରେ ନେତା ।
ହାତୀ ଦେମି ଘୁଡା ଦେମି
କହେସୁ ଆମର କାମ
କଥା ଦେଇକରି ଭୁଲି ଜାଏସୁଁ
ହେଉ ପଛେ ବଦନାମ ।
ଭୋଟ ଲାଗି ଆମେ ଯାଏସୁଁ
ଘର୍ ଘର୍ ପଡ଼ା ପଡ଼ା
ଭିତରେ ଭିତରେ ବାଟସୁଁ
ନୋଟ କେତ୍ନି କେତ୍ନୀ ବିଡା ।
ଭୋଟ ପାଇ ଗଲେ ଆମେ ହେସୁ ଜଗତଜିତା
ଆମେ ହେଲୁ ପରେ ନେତା
ଆମେ ହେଲୁ ପରେ ନେତା ।
