STORYMIRROR

Chinmaya Kumar Nayak

Comedy

3  

Chinmaya Kumar Nayak

Comedy

ହିରୋ

ହିରୋ

1 min
131

ହିରୋ ସାଜି ଦିନେ ହିରୋ ଗାଡ଼ି ଚଢ଼ି

ଘରୁ ବାହାରିଲା ଗଉରା

ହିରୋଇନଟିଏ ଖୋଜି ମନେ ମନେ

ମୁଣ୍ଡିଆଟେ ମାରି ଚଉରା। 


ରାସ୍ତା ମହକାଇ ଚାଲିଲା ଗଉରା

ଅତରର ବାସ ଛୁଟିଲା 

ଗଉରାକୁ ଆଜି କି ନିଶା ଘାରିଛି

ଦିଶେ ପୁରା ଚୋଖା ରଙ୍ଗିଲା। 


ପାଦେ ଜୋତା କଳା ଚଷମା ଆଖିରେ

ହାତେ ଦାମିକା ମୋବାଇଲି 

ମନେ ମନେ ଭାବେ ସୁପର ହିରୋ ସେ

କିଏ ସରି ତାର ଷ୍ଟାଇଲି। 


ବାଟେ ଯାଉ ଯାଉ ପଡ଼ିଲା ନଜର

ସୁନ୍ଦରୀ ତରୁଣୀ ଅଦୂରେ 

ଘନ କେଶ ତାର ତରଙ୍ଗିତ ହୁଏ

ନାଲି ଟି ସାର୍ଟ ଉପରେ। 


ତନୁ ପାତଳୀ ତା ରୂପ ଦେଖି ପଛୁ

କଳ୍ପନା ରଚିଲା ଗଉରା 

କି ସୁନ୍ଦର ତାର ମୁଖ ହୋଇଥିବ

ସ୍ଵପ୍ନ ଦେଖିଲାଣି ଗଉରା।


ଧୀରେ ଗାଡ଼ି ଅଟକାଇ ପଚାରିଲା

ମ୍ୟାଡ଼ାମ ଟିକେ ଶୁଣିବେ କି 

କେଉଁଆଡେ ଯିବେ କୁହନ୍ତୁ ତ ମୋତେ

ଛାଡ଼ି ଦେଇ ମୁଁ ଆସିବି କି !


ବୁଲି ଚାହିଁଲା ସେ ସୁନ୍ଦରୀ ଜଣକ

ହୋସ୍ ଉଡ଼ିଲା ଗଉରାର 

ନିଶ ଉଠା ତାର ଚେହେରାକୁ ଦେଖି

ମଥାକୁ ଉଠିଲା ଜହର। 


ହିରୋ ନିଶା ଏକା ବେଳକେ ଛାଡ଼ିଲା

ଫେରିଲା ସେ ମନ ଦୁଃଖରେ 

କାଲି ପୁଣି ଖୋଜି ବାହାରିବ ଦେଖି

ଶୁଭ ବେଳା ଦେଖି ପାଞ୍ଜିରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy