STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ସୁନ୍ଦର ଭାରି ଦେଶ ଆମର

ସୁନ୍ଦର ଭାରି ଦେଶ ଆମର

1 min
265

    

ଭାରି ସୁନ୍ଦର ଦେଶ ଆମର

    ସାରା ଜଗତେ ଅଟଇ ସାର

    ସୁନ୍ଦର ଭାରି ସୁନ୍ଦର ତାର

    ବଣ ପାହାଡ଼ ଝରଣା ଝର

   ସାଗୁଆ କ୍ଷେତ ନୀଳ ସାଗର

    ତା ମଫସଲ ଗାଁ ସହର 

    ସୁନ୍ଦର ଭାରି , ଭାରି ସୁନ୍ଦର....


    ତା ନଈ ନାଳ ଖପର ଚାଳ

    କିଆ ଗୋହିରୀ ବର ଓହଳ

    ତା ବାଟଘାଟ ବଜାର ହାଟ

    ଜାନିଯାତରା ଅପେରା ନାଟ

    ଭାରି ସୁନ୍ଦର ମଠ ମନ୍ଦିର

    ମସଜିଦ ତା ତା ଗିର୍ଜା ଘର

    ସୁନ୍ଦର ଭାରି , ଭାରି ସୁନ୍ଦର.....


   କଇଁ ଫୁଲରେ ଭରା ପୋଖରୀ

   ପାଚିଲା ଧାନ ସୁନା ଲହରୀ

   କୁନି ପିଲାଙ୍କ ଚାହାଳି ଫେରା

   ଶୀତ ସକାଳ ନରମ ଖରା

   ଭାରି ସୁନ୍ଦର ଭାରି ମଧୁର

    ମାଟି ମାଆର ସ୍ନେହ ଆଦର 

    ସୁନ୍ଦର ଭାରି , ଭାରି ସୁନ୍ଦର....


   ବଦଳେ ଋତୁ ବଦଳେ ରୂପ

  ବରଷା କେବେ ଖରାର କୋପ

  ଶିଶିର ଭିଜା ଘାସ ଗାଲିଚା

   ଫଗୁଣେ ହସେ ଫୁଲ ବଗିଚା 

   ଆହାକି ମିଠା କୋଇଲି ସୁର 

   ମନରେ ବୋଳେ ରଙ୍ଗ ଅବିର

   ସୁନ୍ଦର ଭାରି , ଭାରି ସୁନ୍ଦର......


   ଜ୍ଞାନ ବିଜ୍ଞାନ ସବୁ ଦିଗରେ

   ମୋ ଦେଶ ଏବେ ସବା ଆଗରେ

   ଶିକ୍ଷା ସୂଚନା କ୍ରୀଡ଼ା ସଂସ୍କୃତି

   ସବୁ କ୍ଷେତ୍ରରେ ଆମରି କ୍ଷାତି

   ଆମେତ ଚାହୁଁ ଜଗତ ଶାନ୍ତି

  ସତ୍ୟ ଅହିଂସା ଆମରି ମନ୍ତ୍ର

  ସୁନ୍ଦର ଭାରି ନୀତି ଆମର......।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children