ଭାରତୀୟ ଡାକ..
ଭାରତୀୟ ଡାକ..
ଶହ ଶହ
ବର୍ଷର ଗାରିମା ମୟ ଇତିହାସ ଯାର
ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ, କାଳ କପାଳ
ତାଡ଼ନାରେ ହୋଇ ନାହିଁ ନତ ମସ୍ତକ,
କୃତିତ୍ୱ, ଆଜିବି ଅଛି,କାଲି ବି ରହିବ,
ବର୍ଷ ବର୍ଷର
ସେ ଗଭୀର ବିଶ୍ୱାସ, ଭଲ ପାଇବା
ଆପଣା ପଣ ଥିଲା, ଆଜି ବି ଅଛି ଓ
କାଲି ବି ରହିବ,
ସୁଦୂର ପ୍ରସାରୀ
ସମ୍ଭାବନାର ମୂକସାକ୍ଷୀ
ସଭିଙ୍କ ଅତୁଟ ଭରସା,
ବିଶ୍ୱାସ ନିୟତାର ନିର୍ଭର ପ୍ରତିଶୃତିକୁ
ସାଉତୁ ଥିବା ସନ୍ତକ,ଆମ ଡାକଘର,
ତା' ନିର୍ଭରଯୋଗ୍ୟ ଅନୁଷ୍ଠାନ,
ସେ ଆମ ଭାରତୀୟ ଡାକ..!
ଆସୁ ଯେତେ ଝଡ଼
ବନ୍ୟା, ବାତ୍ୟା ଓ
ମରୁଡ଼ି,ସଦା ରହିଛୁ, ସାଥିରେ ନିରନ୍ତର
କି ଗାଁଆ,କି ସହର,ପୁର,ଅପାନ୍ତ,ଉପାନ୍ତ,
ଯେତେ ବାଧାବିଘ୍ନ
ପ୍ରତିବନ୍ଧ ଆଡେଇ,
ମନରେ ଅଦମ୍ୟ ଶକ୍ତି ଓ ସାହସ,
ସଂଘର୍ଷ ସର୍ବସ୍ୱ ତ ସିଏ,
ଯୋଡେ ସଭିଙ୍କ ହୃଦୟ
ଚିର କାଳ ବଂଧୁ ସାଜି,
ସଭିଙ୍କ ପ୍ରିୟ ଆପଣାର,ସେ ପରା
ନିହାତି ନିଜର, ଭାରତୀୟ ଡାକ..!
ନୁହେଁ ସିଏ ପୋଲିସ,
କି ନୁହେଁ ସେ ଡାକ୍ତର,
ନୁହେଁ ସୌଦାଗର, ଅବା ଧୋକାବାଜ,
କାହା ଅନ୍ତର,ମନ ଅବା କାହା ପ୍ରାଣର,
ସଜାଡ଼ିବା, ଯୋଡିବା
ଯାହାର କି ଯାଦୁ ମନ୍ତ୍ର,
ସେ ଯାଦୁକର,ଭଙ୍ଗା ମନର ସାଥିଟିଏ
ସବୁ କାଳ, ସବୁ ସମୟର
ସେ ଆମ ଭାରତୀୟ ଡାକ..!
ନାହିଁ ଗୁଳି କି କମାଣ,
ନାହିଁ ଅସ୍ତ୍ର ଶସ୍ତ୍ର,ତୋପ,
ବିନା ଅସ୍ତ୍ରେ କରେ ଯୁଦ୍ଧ, ଅହିଂସାର
ମନ୍ତ୍ର,କେଉଁ ଗୁଣେ କମ ନୁହେଁ ତାର
ଅବଦାନ, କର୍ମ ହିଁ ଏକା ଜୀବନର
ମାନଦଣ୍ଡ, କମ ନୁହେଁ,
କେବେତାର ଅବଦାନ,
ଲଢ଼ିବା ଯାର ଧର୍ମ,ଜୀବନ ଯୁଦ୍ଧରେ
ପରା ସେ ଅଦମ୍ୟ, ନିର୍ଭିକ ସୈନିକ,
ତା'ର ପ୍ରତିଟି ସନ୍ତାନ
ଯେ ଦୁର୍ଦ୍ଧଷ କର୍ମବୀର
ଗୌରବ ମୟ ଭାରତୀୟ ଡାକ..!
ଉଡେ, ଦୌଡେ, ବୁଡ଼େ,
ଭାସେ, ଚାଲେ, ବୁଲେ,
କେବେ ଆକାଶରେ,ରେଳ,କେବେ ପଥ
ଓ କେବେ ଜଳେ,ସ୍ଥଳେ, ନଭେ,ଗଗନେ
ପବନେ, ସଡ଼କ, ନଦୀ,
ନାଳ,ପର୍ବତ,ଗିରି,ଗୁହା,
ସାଗର,ସମୁଦ୍ର,ପୁର, ପଲ୍ଲୀ,ସହର,
ନାହିଁ ବନ୍ଧ,ବାଡ଼,ବାଧା ପ୍ରତି ବନ୍ଧକ,
ପଥ,ପ୍ରାନ୍ତ,ବିଲ,
ବଣ ବା ପାହାଡ଼
ଅନ୍ତପୁର ଠାରୁ ପ୍ରେୟସୀ ପ୍ରିୟତମା,
ଛୁଏଁ ଯେ ଜନ ମନ ଅଗମ୍ୟ ଗତିପଥ
ଏବେ,ଏଇ କରାଳ
କାଳିମା ମୟ ବିଶ୍ୱ,
ମହାମାରୀ କୋଭିଡ କରୋନା-2019
କି କରିପାରେ ଅବରୁଦ୍ଧ,ତାର ଆତ୍ମବଳ,
ସେ ଚଳତମାନ,
ବଜ୍ର ଶପଥର...,
ସେ ଗୁରୁ ଗାମ୍ଭିର୍ଯ୍ୟମୟ ପ୍ରକମ୍ପିତ
ଦେଦିପ୍ୟମାନ ସ୍ୱର୍ଣ୍ଣିମ ଇତିହାସ,
ସେ ଆମ ଭାରତୀୟ ଡାକ..!
ତା'ପ୍ରତି କର୍ମବୀର
ସ୍ୱୟଂଭୂ ସ୍ୱାଭିମାନ,
ଅହର୍ନିଶ ସେବା ଯାର ମନ୍ତ୍ର ଓ ବ୍ରତ,
ସେବା ହିଁ ପରମ ଧର୍ମ ଯାହାର ସୂତ୍ର,
ମାନ ଓ ସମ୍ମାନ,
ନିଜସ୍ୱ ପ୍ରତିବିମ୍ବ,
ଚିର ପରିଚିତ ସାଧନାରତ ଜାଗ୍ରତ
ପ୍ରହରୀ ବୁକୁରେ ଅଫୁରନ୍ତ ଉଦ୍ଧିମତା
ସ୍ୱୟଂ ସିଦ୍ଧ ପ୍ରତୀକ,
ନୁହେଁ ସେ ଭୁଲୁଣ୍ଠିତ,
ଯିଏକି ପ୍ରତି ଜନ ମାନସ ହୃଦୟେ
ବିରାଜିତ ସର୍ବଦା ଝଙ୍କୃତ ନିନାଦିତ,
ପ୍ରତିଟି ଅନ୍ତର ଓ ମନର
ସ୍ୱତଃଫୁର୍ତ୍ତ ଭାବାବେଗ
ସହିତ ଓତଃପ୍ରୋତ ଭାବରେ ବିଜଡିତ,
ଚିଠିପତ୍ର ଯୋଗାଯୋଗ, ଅନ୍ତରମନର
ସେବୋତ୍ତମର ମାଧ୍ୟମ,
ଆମ ଭାରତୀୟ ଡାକ..!