STORYMIRROR

Dharitri Das

Children

4  

Dharitri Das

Children

ଏସନ ପାର୍ବଣ

ଏସନ ପାର୍ବଣ

1 min
273

ଏସନ ଫିକା ପଡ଼ିଛି ପାର୍ବଣ

ଦେବୀ ମାଆ ବି ରହିଛି ମଉନ।

ମୂର୍ତ୍ତି ଗଢ଼ାକୁ ନେଇ କଟକଣା

ଭକ୍ତଗଣ ଦେଉଛନ୍ତି ଧାରଣା।

ସବୁ ଦେଖିଶୁଣି ଟିକି ପିଲାଟି

ସାଙ୍ଗ ମାନଙ୍କୁ କରିବ ଏକାଠି।

ଭାବି କହିଥିଲା ସିଏ ଟୁନାକୁ

ଡାକିଆଣ ତୁମେ କୁନା ମୁନାକୁ।

ତାର କଥା ଶୁଣି କହିଲା ଟୁନା

ଡାକି ଆଣିବି ମୁଁ ବ୍ୟସ୍ତ ହୁଅନା।

ବଡ଼ ପାଟିରେ ସେ ଡାକ ଛାଡିଲା

ଆସ ଆସ ସାଙ୍ଗ ତଡତି ଭଲା।

ଗୀତା ଡାକୁଛି ଆସ କୁନା ମୁନା

ବସି କରିବା ଆମେ ଆଲୋଚନା।

ଦେଶରେ ବ୍ୟାପିଛି ଦେଖ କରୋନା

ବାହାରେ ବୁଲିବା ଆମର ମନା।

ଏସନ ବଞ୍ଚିଲେ ଆର ସନକୁ

ପାଳିବା ପାର୍ବଣ ଚିର ଦିନକୁ।

ତେଣୁକରି ଆସ କଟକଣା ମାନି

ବାହାରକୁ ଆମେ ଜମାବି ଯିବାନି।

ଷୋଡ଼ଶ ଉପଚାରେ କରି ପୂଜା

ନିଜ ଘରେ ରହି ମାରିବା ମଜା।

ପରିବାର ସହ ହୋଇବା ଖୁସି

କରୋନା ତଡିବା ଗୃହରେ ବସି।

ଆଲୋଚନାରେ ସର୍ବେ ଏକମତ

ବୁଲାବୁଲିରୁ ହୋଇଲେ ବିରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children