STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ବହିଟିଏ ମୁଁ  ବହିଟିଏ

ବହିଟିଏ ମୁଁ  ବହିଟିଏ

1 min
242


ବହିଟିଏ ମୁଁ ବହିଟିଏ

ଜୀବନରେ ତୁମ ସାଥିଟିଏ

ସୁଖରେ ଦୁଃଖରେ ତୁମ ସହ ଥାଏ

ଅତି ଆପଣାର ବନ୍ଧୁ ଟିଏ

ବହିଟିଏ ମୁଁ ବହିଟିଏ ।


ଜ୍ଞାନର ଆଲୋକ ଭରି ଦେଇ ମୁଁ 

ଅନ୍ଧାରକୁ ଦୂର କରି ଦିଏ

ତୁମ ଚଲାପଥ କୁସୁମିତ କରେ

ଦେଖାଇ ଜ୍ଞାନର ପଥ ଟିଏ

ବହିଟିଏ ମୁଁ ବହିଟିଏ।


ନୂଆ ନୂଆ ଛବି ସଂଗୀତ ସୁରଭି

ମୋ ନିକଟେ ସବୁ ରହିଥାଏ

ଗଳ୍ପ ନାଟକ ଏକାଙ୍କିକା ସର୍ବ

ମୋହରି ଶରୀରେ ସ୍ଥାନ ପାଏ

ବହିଟିଏ ମୁଁ ବହିଟିଏ।


ଶିଖାଏ ନୂତନ ବିଜ୍ଞାନ କୌଶଳ

କାମକୁ ସହଜ କରିଦିଏ

ପ୍ରଯୁକ୍ତିବିଦ୍ୟାର ସାହାଯ୍ୟରେ ମୁଁ 

ଜୀବନେ ଆନନ୍ଦ ଭରିଦିଏ

ବହିଟିଏ ମୁଁ ବହିଟିଏ ।


ଏକାକୀପଣରେ ଦିନ ବିତୁଥିଲେ 

ରହିଥାଏ ହୋଇ ସଖା ଟିଏ

ଲୁହ ପୋଛିଦେଇ ଖୁସି ଭରିଦିଏ 

ହୋଇ ମନର ମିତ ଟିଏ

ବହିଟିଏ ମୁଁ ବହିଟିଏ ।


ଇତିହାସ କଥା ଯୁଦ୍ଧର ବାରତା

ଜାତି କାନେ କାନେ କହୁଥାଏ

ଭୂଗୋଳ, ବିଜ୍ଞାନ, ରାଜନୀତି ଜ୍ଞାନ 

ନୂଆ ନୂଆ କଥା ତୁମକୁ ଶିଖାଏ

ବହିଟିଏ ମୁଁ ବହିଟିଏ ।


ଅଗାଧ ଜ୍ଞାନର ସାଗର ମଧ୍ୟରେ

ଅତି ଆପଣାର ତରୀ ଟିଏ 

ହାତ ଠାରି ଡ଼ାକେ କେତେ ଶରଧାରେ

ଆସ ମୋ ପାଖକୁ ଥରଟିଏ

ବହିଟିଏ ମୁଁ ବହିଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational