STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ବିଜ୍ଞାନ ରାଇଜ

ବିଜ୍ଞାନ ରାଇଜ

1 min
229


ଆସ ପିଲାମାନେ ହୋଇ ସଜବାଜ

ବୁଲିବାକୁ ଯିବା ବିଜ୍ଞାନ ରାଇଜ


ବିଭିନ୍ନ ପ୍ରଶ୍ନର ଖୋଜିବା ଉତ୍ତର 

ଅନ୍ଧବିଶ୍ଵାସକୁ କରିବା ତ ଦୂର 


ଆଜିର ଯୁଗ ତ ଯୁଗ ବିଜ୍ଞାନର

ଜୀବନ ହୋଇଛି ସରସ-ସୁନ୍ଦର 


ବିଜ୍ଞାନ ଦେଇଛି କେତେ ଯେ ସୁବିଧା

ଅଗ୍ରଗତି ପଥେ ନାହିଁ କିଛି ବାଧା


ଇଣ୍ଟରନେଟ୍ ରୁ ମୋବାଇଲ୍ ଯାଏଁ

ବିଜ୍ଞାନର ଦାନ ଅଟନ୍ତି ସଭିଏଁ


ପ୍ରଯୁକ୍ତିବିଦ୍ୟାର କରିଣ ପ୍ରୟୋଗ 

ବିଜ୍ଞାନ ଦେଖାଏ ଉନ୍ନତିର ଦିଗ


ବୁଲେଟ୍ ଟ୍ରେନ୍ ଠାରୁ ମହାକାଶ ଯାନ 

ଏ ସବୁ ଅଟଇ ପରା ଵିଜ୍ଞାନର ଦାନ


ଏ ସି , ଫ୍ରିଜ୍ ସହ ପୁଣି ମିଶି ଗ୍ରାଇଣ୍ଡର 

କରଇ କେତେ ସାହାଯ୍ୟ, ହୋଇଣ ତତ୍ପର


ଡାକ୍ତରୀ ଚିକିତ୍ସା ବଳେ ରୋଗ ହୁଏ ଦୂର

ବିଜ୍ଞାନ ଦେଖାଏ ନୂଆ ନୂଆ ଚମତ୍କାର


ବିଜ୍ଞାନ ଆଣିଛି ଆମ ଜୀବନେ ମଉଜ 

କେତେ ସୁଂଦର ସତେ ଏ ବିଜ୍ଞାନ ରାଇଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational