STORYMIRROR

Durjyodhan Barik

Inspirational Children

4  

Durjyodhan Barik

Inspirational Children

ସତ୍ ଧନ

ସତ୍ ଧନ

1 min
204


କର୍ତ୍ତବ୍ୟରେ ନିଷ୍ଠା ରଖି ଯେଉଁ ଜନ

     ପରିଶ୍ରମ କରୁଥାଏ, 

ଧର୍ମର ବାଟରେ ଅରଜଇ ଧନ

   ସୁଖରେ ସେ ଚଳିଯାଏ ।

ଅଧର୍ମରେ ଯାଇ ଧନ ଆଣୁଥିଲେ

   ସେହି ଧନ ଉଡ଼ି ଯାଏ,

ଚିନ୍ତାଗ୍ରସ୍ତ ହୋଇ ରୋଗରେ ପଡଇ

    ବଇଦ ବି ଠକି ନିଏ ।

ଅନ୍ୟାୟ ସମ୍ପତ୍ତି ଡାକଇ ବିପତ୍ତି

    ଜୀବନକୁ ଭୟଥାଏ,

ଡକାୟତ ଆସି  ଘରେ ପଶି ଯାଏ

    ଜୀବନରୁ ମାରିଦିଏ ।

ପର ଓ ଗରିବ ଦେବତା ସମ୍ପତ୍ତି

     ଅଗ୍ନି ସହିତ ସମାନ,

କୌଣସି କାମରେ ଆସେ ନାହିଁ ତାହା

    ଜଳି ଯାଏ ସେହି ଧନ।

କୁଳାଙ୍ଗାର ଯଦି  ଜନମେ କୁଳରେ

    ବିକି ଭାଙ୍ଗି ଖାଇଦେବ,

ଅସତ ମାର୍ଗରେ ନଷ୍ଟ ହେବ ଧନ

     ସତ୍ୟ ପଥେ ନଲାଗିବ ।

ତେଣୁ କରି ସବୁ କରମ କରିବ

‌  ସତ୍ୟ ଧର୍ମ ପଥେ ଯାଇ,

ନିଜ ପରିଶ୍ରମେ ଧନ ଅରଜିଲେ

     ସତ୍ କର୍ମେ ଲାଗୁଥାଇ ।


   


Rate this content
Log in

Similar oriya poem from Inspirational