STORYMIRROR

Pranati Panda

Children Stories

4  

Pranati Panda

Children Stories

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
190


ସ୍ଵରାଜ୍ୟର ସ୍ୱପ୍ନ   ସ୍ଵାଧୀନତା ସ୍ଵାଦ

    ଚାଖିନାହିଁ ଯେ ଦୁନିଆଁ ,

କ୍ଷୁଧା, ତୃଷା ଯା'ର କପାଳରେ ଲେଖା

    "ଶିଶୁ ଶ୍ରମିକ" ତାର ନାଁ ।୧।


ଶ୍ରଦ୍ଧା ଭରା ଶବ୍ଦ  ଦିନେ ଶୁଣେ ନାହିଁ

     ଏହି ତା' ଭାଗ୍ୟରେ ଲେଖା ,

ଭୋକିଲା ପେଟକୁ ଖାଦ୍ୟ ଦରକାର

    ଏହି ତାର ଶେଷ ଦୀକ୍ଷା ।୨।


ବଞ୍ଚିବାର ରାହା ଖୋଜେ ପ୍ରତିଦିନ

    ପେଟ ଚାଖଣ୍ଡକ ପାଇଁ ,

ଭୋକ, ଉପାସରେ  ସାଜଇ ଶ୍ରମିକ

   ଖଟେ କେଉଁଠାରେ ଯାଇଁ ।୩।


ବୟସ ଅପେକ୍ଷା ବଡ଼ କାମ କରେ

    ନ ଜାଣଇ ପରିଣତି ,

ଭୟବହତାର  ଶିକାର ବି ହୁଏ

    ଏହି ତା' ଜୀବନ ଗତି ।୪।


ସର୍କାରି ଯୋଜନା  ବେଡ଼ି ପଡ଼ିଅଛି

    ଏବେ ତା' କୋମଳ ପାଦେ,

ପେଟ ଚାଖଣ୍ଡକ  ପାଇଁ ଚୋରି କରି

    ଧରା ପଡେ କେବେ କେବେ ।୫।


ନାବାଳକ ଜେଲ୍ କୋଠରୀ ଭିତରେ

    ଡୁବିଯାଏ ଭବିଷ୍ୟତ ,

ପାଠ ପଢା ତା'ର କୋଶେ ଦୂରେ ଥାଉ

    ହୋଇଯାଏ ପଥଚ୍ୟୁତ ।୬।


ଆଉ କିଏ ଅବା  ଭିକ୍ଷାବୃତ୍ତି କରି

   ପଦେ ପଦେ ସହେ ବ୍ୟଥା ,

କେ କରି ପାରିବ   ସମାଧାନ କିଛି

    ଏହି ତା' କରୁଣ ଗାଥା ।୭।


ସର୍କାରି ଯୋଜନା  ଅସଫଳ ହୁଏ

   ଲାଞ୍ଚଖୋର ଏ' ଯୁଗରେ ,

ସରକାର ସ୍ୱପ୍ନ  ଫିକା ପଡ଼ିଯାଏ

   ଗରିବ ଛୁଆ ଭାଗ୍ୟରେ ।୮।


ସଂଘର୍ଷ ବହୁଳ  ଜୀବନ ଭିତରେ

    ନିୟତିର ନାନା ଖେଳେ ,

ବଞ୍ଚିବାର ରାହା ଖୋଜୁ ଖୋଜୁ ଦିନେ

    ଝରି ପଡ଼ଇ ଅକାଳେ ।୯।


ପିଲାମାନେ ପରା  ଦେଶର ଭବିଷ୍ୟ

    ସର୍ବେ ଦିଅନ୍ତି ସ୍ଳୋଗାନ ,

କିଏ ସତ୍ କର୍ମୀ  ଏମାନଙ୍କ ପାଇଁ

    ରଚିବ ସୁନା ସପନ।୧୦।


କିଏ ସେ ଆଗେଇ ନ୍ୟାୟ ଦେବ ୟାଙ୍କୁ

    କୁହନ୍ତୁ ହେ' ପ୍ରିୟଜନ ,

ଶିଶୁ ଶ୍ରମିକର  ଏହି ସମସ୍ୟାର

     କେ' କରିବ ସମାଧାନ ?? ।୧୧।


       


સામગ્રીને રેટ આપો
લોગિન