STORYMIRROR

Bharatabandhu Biswal

Children

4  

Bharatabandhu Biswal

Children

ଗାଡ଼ି ଯାଏ ଗଡ଼ି ଗଡ଼ି

ଗାଡ଼ି ଯାଏ ଗଡ଼ି ଗଡ଼ି

1 min
226


ଗାଡ଼ି ଯାଏ ଗଡ଼ି ଗଡ଼ି

ବଡ଼ ସିଆଣିଆ ମୋ ଭାଇ ବସିଛି

ଗାଡ଼ିରେ ଚକାକୁ ମାଡ଼ି ।


ଚକା ଚାଲେ ଘିରି ଘିରି

ରାମ ଦାମ ବେଗି ଦଉଡ ପଛରେ

ଗାଡ଼ି ଯିବ ବାଦାମବାଡ଼ି ।


ଶ୍ୟାମବନ୍ଧୁ ଠେଲା ମାର

ଷ୍ଟାର୍ଟ ହୋଇଲେ ଦଉଡିବ ଗାଡ଼ି

ପାଟି କର ଘର୍ ଘର୍ ।


ଭାଇଟା ମୋ ସୁନା ପିଲା

ଚକଲଗା ଗାଡ଼ି ବନେଇଛି ନିଜେ

ଦେଖ ଦେଖ ସବୁ ପିଲା ।


ବଡ଼ ହେବା ପାଠ ପଢି

ଉଡାଜାହାଜରେ ବସିକି ସଭିଏଁ

ଫୁର୍ କିନା ଯିବା ଉଡ଼ି ।



Rate this content
Log in

Similar oriya poem from Children