STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଗୁରୁଙ୍କ ଉପକାର

ଗୁରୁଙ୍କ ଉପକାର

1 min
196


ବନ୍ଦେ ଗୁରୁ ଦେବ ପରମ ଆରାଧ୍ୟ

   ସିଦ୍ଧି ବୁଦ୍ଧି ମୂଳାଧାର

ଗୁରୁ ବର କୃପା କରିଥାଏ ଦୂର

   ଅଜ୍ଞାନତା ଅନ୍ଧକାର ।୧।


ଜ୍ଞାନର ପ୍ରଦୀପ ହୁଏ ପ୍ରଜ୍ଜଳିତ

   ଆହରେ ଶିଷ୍ୟ ସୁଗୁଣ

ସକଳ ବିଷୟେ ଅରଜଇ ଶିକ୍ଷା

   ଗୁରୁ ଆଦର୍ଶ ପ୍ରମାଣ ।୨।


ଗୁରୁ ଉପଦେଶ ପାଳନ ଉଚିତ

    ଲଭେ ଛାତ୍ର ଶୁଭାଶିଷ

ଜୀବନ ତାହାର ହୁଅଇ ସାର୍ଥକ

    ପ୍ରାପ୍ତି ଉଚ୍ଚ ପଦ ଯଶ ।୩।


ସଫଳତା ମୂଳ ଦିବ୍ୟ ସୁଚରିତ୍ର

   ଗୁରୁ ଶାନ୍ତି ଶତଦଳ

କାୟମନୋବାକ୍ୟେ ଗୁରୁ କଲେ ସେବା

   ମିଳେ ଫଳ ଅନୁକୂଳ ।୪।


ସତ୍ୟ ଶାନ୍ତି ଦୟା ସୁଗୁଣ ସୈ।ରଭ

   ସୁପାତ୍ରତା ସୁପ୍ରତିଷ୍ଠା

ସଦଗୁରୁଙ୍କର  ଅଟେ ଉପହାର

    ଗୁରୁ ଶ୍ରେଷ୍ଠ ଜ୍ଞାନ ଦାତା ।୫।


ଗୁରୁ ପିତୃ ତୁଲ୍ୟ ପଥ ପ୍ରଦର୍ଶକ

    ସମାଜ ଆଧାର ଶିଳା

ଶିକ୍ଷା ଦାନ ଅଟେ ମହତ ସୁକର୍ମ

    ସୁମଣିଷ ଗୁରୁ କୃପା ।୬।


ଦେବ ଋଷି ପିତୃ ତ୍ରିଦେବ କଲ୍ୟାଣେ

    ଜୀବନ ଗତି ମୁକତି

ସୁକର୍ମ କର୍ତ୍ତବ୍ୟେ ପିତୃ ଦେବ ଆତ୍ମା

    ସ୍ୱପ୍ରାଣ ସ୍ୱସ୍ତି ପ୍ରଶାନ୍ତି ।୭।


ଗୁରୁ ବେଦ ଜ୍ଞାନ ବିଷୟ ବିଜ୍ଞାନ

    ସୁ ସଂସ୍କାର ପରମ୍ପରା

ଗୁରୁ ଦିବ୍ୟ ଚକ୍ଷୁ ଗୁରୁ ଦିବ୍ୟ ଦ୍ରଷ୍ଟା

    ଗୁରୁ ବିନ୍ଦୁ କେନ୍ଦ୍ର ପରା ।୮।


ଗୁରୁ ଉପକାର ମହିମା ଅପାର

    ଶିକ୍ଷା ଦୀକ୍ଷା ଋଷିଋଣ

ଜଗତ କଲ୍ୟାଣ ନିଃସ୍ୱ।ର୍ଥ ସେବାରେ

   ପରିଶୋଧ ମହା ପୂଣ୍ୟ ।୯।


ପୂଜ୍ୟ ପୂଜା ପାଇଁ ସ୍ମରଣୀୟ ଅଟେ

    ଗୁରୁ ଦିବସର ତିଥି

ପୁଷ୍ପ ମାଲ୍ୟ ଗୁଚ୍ଛେ ଗୁରୁ ବନ୍ଦାପନା

    ଗୁରୁ ସମର୍ପଣ ସ୍ତୁତି ।୧୦।


ବୁଦ୍ଧି ଓ ବିବେକ ସୁଜ୍ଞାନ ପ୍ରଦୀପ

   ଜଳୁ ପ୍ରତି ମନ ହୃଦେ

ଧନ୍ୟ ହେଉ ପ୍ରାଣ ଭକ୍ତି ଶ୍ରଦ୍ଧା ଯୁକ୍ତ

   ମୁକ୍ତି ଗୁରୁ ପଦ୍ମ ପାଦେ ।୧୧।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational